ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳଚଞ୍ଚଳ ଜାଗା ଆଖଡ଼ା, କୁସ୍ତିବିଦ୍ୟା ଶିକ୍ଷା ଆରମ୍ଭ

ପୁରୀ: ହନୁମାନ ଜୟନ୍ତୀ ଉପଲକ୍ଷେ ରବିବାର ପୁରୀ ସହରରେ ଜାଗା ଆଖଡାଗୁଡ଼ିକ ଚଳଚଞ୍ଚଳ ହୋଇ ପଡିଥିଲା। ଆଖଡା ଗୁଡ଼ିକରେ ହନୁମାନଙ୍କ ପୂଜାର୍ଚ୍ଚନା ହୋଇଥିଲା। ଆଖଡାର ଶିକ୍ଷାର୍ଥୀମାନେ ସମରକଳା ଶିକ୍ଷା ଲାଗି ବ୍ୟବହୃତ ସରଞ୍ଜାମ ଓ ଉପକରଣ ଗୁଡ଼ିକର ପୂଜା କରିଥିଲେ। ଏହାପରେ କେତେକ ଆଖଡା ପରିସରରେ ସାମରିକ କଳାକୌଶଳ ପରିବେଷଣ ହୋଇଥିଲା। ଆଉ କିଛି ଆଖଡା ସାମରିକ କଳାକୌଶଳ ପ୍ରଦର୍ଶନ କରି ବିଭିନ୍ନ ସାହି ପରିକ୍ରମା କରିଥିଲେ।

ଗଣେଶ ଚତୁର୍ଦ୍ଦଶୀ ଏବଂ ବସନ୍ତ ପଞ୍ଚମୀରେ ଶିଶୁମାନେ ଖଡିଛୁଇଁ ବିଦ୍ୟା ଆରମ୍ଭ କରିଥାନ୍ତି। ସେହିଦିନ ଶିଶୁର ବିଦ୍ୟା ଆରମ୍ଭ ସଂସ୍କାର କରାଯାଇଥାଏ। ସେହିପରି ହନୁମାନ ଜୟନ୍ତୀରେ କୁସ୍ତିବିଦ୍ୟା ଶିକ୍ଷା ଆରମ୍ଭ କରିଥାନ୍ତି। ଜଣେ କୁସ୍ତି ଗୁରୁଙ୍କ ସୂଚନା ମୁତାବକ, ପଣା ସଂକ୍ରାନ୍ତିଠାରୁ କୁସ୍ତି କସରତର ପ୍ରାଥମିକ ଶିକ୍ଷା ଦିଆଯାଏ। ଛୋଟ ପିଲାମାନେ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା କରି କୁସ୍ତିଶିକ୍ଷା ଆରମ୍ଭ କରନ୍ତି। ଗୁରୁ ତାଙ୍କୁ କୁସ୍ତିର ଦାଓ ପେଞ୍ଚ ଶିକ୍ଷା ଦିଅନ୍ତି। କୁସ୍ତି ଶିକ୍ଷା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ପିଲାମାନେ ହନୁମାନଙ୍କଠାରେ ସିନ୍ଦୁର ଲାଗି କରନ୍ତି। ଏହାପରେ ଠାକୁରଙ୍କ ପାଖରେ କାଛା ପୂଜା କରନ୍ତି। ପୂଜାର୍ଚ୍ଚନା ପରେ କାଛାକୁ ପରିଧାନ କରି ମହାପ୍ରଭୁଙ୍କୁ ସ୍ମରଣ କରି ଶିକ୍ଷା ଆରମ୍ଭ କରିଥାନ୍ତି।

Leave A Reply

Your email address will not be published.