ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲାଙ୍ଗୀର ଆଇଟି ରେଡ: ସରୁନି ଚଢ଼ଉ କି ସରୁନି ଜବତ ଟଙ୍କାର ଗଣତି, ୪୦ ବ୍ୟାଗରୁ ବାହାରିଲାଣି ୪୬ କୋଟି ଟଙ୍କା

ବଲାଙ୍ଗୀର: ଯେତେ ଗଣିଲେ ବି ସରୁନି ଟଙ୍କା ଗଣତି । ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାକୁ ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ହାଲିଆ ହୋଇଯିବା ସହ ମେସିନ ମଧ୍ୟ ଖରାପ ହୋଇଗଲାଣି । ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି କି, ମୋଟ ୧୭୬ ବସ୍ତା ଟଙ୍କା ଆସିଛି । ଏବେ ଯାଏଁ ୪୦ ବ୍ୟାଗର ଟଙ୍କା ଗଣା ହୋଇଥିବାବେଳେ ସେଥିରୁ ମିଳିଛି ୪୬ କୋଟି ଟଙ୍କା । ଏବେ ବି ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି । ବ୍ୟାଙ୍କ ଛୁଟି ଥିବାରୁ ସବୁ କର୍ମଚାରୀଙ୍କୁ ଗଣନା ପାଇଁ ଡକାଯାଇଛି ।

ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ । ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ । ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ । ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ । ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା । ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.