ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟର ଓଡିଶା ଶାଖା କାର୍ଯ୍ୟାଳୟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯୁବପିଢ଼ିଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ଓଡିଶାରେ ଯୁବପିଢ଼ିଙ୍କ ଲାଗି ଖୋଲିଲା ସୁବର୍ଣ୍ଣ ସୁଯୋଗ । ରାଜଧାନୀରେ ଉଦଘାଟିତ ହୋଇଛି ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟର ଓଡିଶା ଶାଖା କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ICOMC ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ୫ଟି ମହଲାରେ ଏହି କାର୍ଯ୍ୟାଳୟ ଖୋଲିବ।

ସ୍ମାର୍ଟସିଟି ଲିମିଟେଡ୍ ଅଫିସ୍ ମଧ୍ୟ ୨ଟି ବିଲଡିଂରେ କାର୍ଯ୍ୟାଳୟ ଖୋଲିବ । ଭବାନୀ ମଲରେ ଚାଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରିଚାଳନା ହେବ । ସେହିଭଳି ବଳକା ମହଲାରେ ଖୁବ୍ ଶୀଘ୍ର ବିଏମସି ଅଫିସ ଖୋଲିବ । ୨୦୧୮ମସିହାରେ ଆରମ୍ଭ ହୋଇଥିବା ଏହି ସୁଉଚ୍ଚ କୋଠା କାମ ୪ ବର୍ଷ ମଧ୍ୟରେ ସାରିଛି । ରାଜ୍ୟରେ ଡେଲଏଟର ଏହି କାର୍ଯ୍ୟାଳୟ ଖୋଲିବା ଫଳରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିପାରିବ।

ଏଠାରେ ପ୍ରତି ସିଫ୍ଟରେ ୫ଶହ ଲେଖାଏଁ ମୋଟ ୩ଟି ସିଫ୍ଟରେ ୧୫ଶହ କର୍ମଚାରୀ କାର୍ଯ୍ୟ କରିବେ। ଆଗକୁ ଏହି କୋଠାରେ ସ୍ମାର୍ଟସିଟି ଓ ବିଏମସି କାର୍ଯ୍ୟାଳୟ କାର୍ଯ୍ୟକରିବ। କାର୍ଯ୍ୟାଳୟ ଉଦଘାଟନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.