ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆପ୍-ବିଜେପି ମୁହାଁମୁହିଁ: ସ୍ଥଗିତ ହେଲା ଦିଲ୍ଲୀ ଏମସିଡି ମେୟର ଓ ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ: ଅଟକିଲା ଦିଲ୍ଲୀ ମହାନଗର ନିଗମ (ଏମସିଡି) ମେୟର ଓ ଡେପୁଟି ମେୟର ନିର୍ବାଚନ। ଆଜି ଦିଲ୍ଲୀ  ମେୟର ନିର୍ବାଚନ ହେବାର ଥିଲା। ହେଲେ ଆମ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ୧୦ ବର୍ଷ ପରେ ଆଜି ଦିଲ୍ଲୀରେ ସିଙ୍ଗଲ ମେୟର ଚୟନ ହେବାର ଥିଲା। ଦିଲ୍ଲୀ ଏମସିଡି ନିର୍ବାଚନରେ ଆପ ୧୩୪ ଟି ଆସନ ଜିତି ସଂଖ୍ୟା ଗରିଷ୍ଠ ହାସଲ କରିଛି। ଆପ୍ ପକ୍ଷରୁ ଦୁଇ ଜଣ ପ୍ରାର୍ଥୀ ଶେଲୀ ଓବରୟ ଲଢ଼ୁଥିବା ଓ ଆସୁ ଠାକୁର ଏବଂ ବିଜେପି ପକ୍ଷରୁ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ ହୋଇଥିଲେ।

ସେହିପରି ଡେପୁଟି ମେୟର ପାଇଁ ଆପ୍‌ ପକ୍ଷରୁ ଆଲେ ମହମ୍ମଦ ଇକବାଲ, ଜଲାଜ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ କମଲ ବାଗ୍ରୀ ନାମାଙ୍କନ ଭରିଛନ୍ତି। ଅନ୍ୟପଟେ ଏହି ନିର୍ବାଚନରେ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଡିଂ ଅଫିସର ଭାବେ ନିଯୁକ୍ତି କରାଯିବାକୁ ନେଇ ବିବାଦ ଉପୁଜିଥିଲା । ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ବିଜେପି ଏବଂ ଆପ କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ପରିସ୍ଥିତି ଉପୁଜିଥିଲା । ଏପରିକି ନିର୍ବାଚନ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍‌ ଏବଂ ଭାଜପା କର୍ମୀ ମୁହାଁମୁହିଁ ହୋଇଥିଲେ।ଏଥିରେ ଜଣେ ଏଏପି କାଉନସିଲର ଆହତ ହୋଇଛନ୍ତି। ମୁଖ୍ୟତଃ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ଦ୍ୱାରା ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତକୁ ବିରୋଧ କରି ଆପ ସଦସ୍ୟ ହୋହଲ୍ଲା କରିଛନ୍ତି।

Leave A Reply

Your email address will not be published.