ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବର୍ଷା କାରଣରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ୩ୟ ଟି-୨୦ ଟାଇ : ୧-୦ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ନାପିଏର: ନ୍ୟୁଜିଲାଣ୍ଡର ନାପିଏରଠାରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟି-୨୦ ବର୍ଷା କାରଣରୁ ଟାଇ ଭାବେ ଶେଷ ହୋଇଛି । ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି ।ବର୍ଷା ଯୋଗୁ ୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଶତକ ପାଇଁ ଭାରତ ୬୫ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଆଜି ଶେଷ ମ୍ୟାଚ୍‌ରେ ମଧ୍ୟ ବର୍ଷା ବାଧା ସାଜିଥିଲା। DLS ନିୟମ ଅନୁଯାୟୀ ଦୁଇଟି ଯାକ ଟିମର ସ୍କୋର ୯ ଓଭର ବେଳକୁ ସମାନ ରହିଥିଲା । ତେଣୁ ଏହି ମ୍ୟାଚ୍‌ ଟାଏ ହେବା ଫଳରେ ଭାରତ ୧-୦ରେ ସିରିଜ ବିଜୟ ହାସଲକରିଛି।

ମଙ୍ଗଳବାରର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଡେଓ୍ବନ କନଓ୍ବେ ୫୯ ରନ ଓ ଗ୍ଲେନ ଫିଲିପ୍ସ ୫୪ ରନ କରିଥିଲେ । ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ମହମ୍ମଦ ସିରାଜ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୬୧ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ୯ ଓଭର ଖେଳି ୪ ଓ୍ବିକେଟରେ ୭୫ ରନ କରିଥିବାବେଳେ ବର୍ଷା ହୋଇଥିଲା ।ନାପିଏରରେ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୧୬୧ ରନର ପିଛା କରୁଥିବା ଭାରତ ୯ ଓଭର ସୁଦ୍ଧା ୪ ୱିକେଟ ହରାଇ ୭୫ ରନ କରିଥିଲା। ଏହି ସମୟରେ ବର୍ଷା ଲାଗି ରହିବାରୁ ଡିଏଲ ମେଥଡ ଲାଗୁ କରାଯାଇଥିଲା। ଡିଏଲ ମେଥଡ ଅନୁସାରେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୭୬ ରନ ଦରକାର ଥିଲା। ହେଲେ ଦଳ ୭୫ ରନ କରିଥିଲା। ଡିଏଲ ମେଥଡ ଅନୁଯାୟୀ ସ୍କୋର ବରାବର ୭୫ ରନରେ ରହିଥିବାରୁ ମ୍ୟାଚ୍‌କୁ ଟାଇ ଘୋଷଣା କରାଯାଇଛି। ତୃତୀୟ ମ୍ୟାଚ୍‌ ଟାଇ ହୋଇ ଯିବାରୁ ଭାରତ ୧-୦ରେ ଟି-୨୦ ସିରଜକୁ କବଜା କରିଛି।ଆଜି ୧୭ ରନ ଦେଇ ୪ ୱିକେଟ ଦଖଲ କରିଥିବା ମହମ୍ମଦ ସିରାଜକୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେହିପରି ସୂର୍ୟ୍ୟ କୁମାର ଯାଦବ ୨ଟି ମ୍ୟାଚ୍‌ରେ ୧୨୪ ରନ କରିଥିବାରୁ ତାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.