ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଇବର ଠକଙ୍କ ନଜରରେ କଟକ ଜିଲ୍ଲାପାଳ, ପୁଣି ଜିଲ୍ଲାପାଳଙ୍କ ନାମରେ ଫେକ୍‌ ଆକାଉଣ୍ଟ

କଟକ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ପୁଣିଥରେ ଖୋଲାଯାଇଛି ଫେକ୍‌ ହ୍ବାଟସ୍‌ ଆପ୍‌ ଆକାଉଣ୍ଟ। ୬୩୯୭୧୨୪୬୪୪ ନମ୍ବରରେ କେହି ଦୁବୃର୍ତ୍ତ ଫେକ୍‌ ହ୍ବାଟସ୍‌ ଆପ୍‌ ଆକାଉଣ୍ଟ ଖୋଲିଛି। ଏହି ନମ୍ବରରୁ ହ୍ବାଟସ୍‌ ଆପ୍‌ ଜରିଆରେ କୌଣସି ମେସଜ୍‌ ଗଲେ ତାହାକୁ ଅଣଦେଖା କରିବା ସହ ତୁରନ୍ତ ବ୍ଲକ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ପରାମର୍ଣ ଦିଆଯାଇଛି। ଏ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସାଇବର୍‌ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

ପୂର୍ବରୁ ମଧ୍ୟ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ କେହି ଦୁବୃର୍ତ୍ତ ଫେକ୍‌ ହ୍ବାଟସ୍‌ ଆପ୍‌ ଆକାଉଣ୍ଟ ଖୋଲି ଇ-କାର୍ଡ ଜରିଆରେ ସପିଂ କରିବା ପାଇଁ ବିଭିନ୍ନ ମୋବାଇଲ ନମ୍ବରକୁ ହ୍ବାଟସ୍‌ ଆପ୍‌ ଜରିଆରେ ମେସେଜ୍‌ କରିଥିଲା। କଟକ ଜିଲ୍ଲାପାଳଙ୍କ ନାମରେ ୭୬୯୬୯୧୮୧୫୧ ନମ୍ବର୍‌ ଜରିଆରେ ଜାଲ ହ୍ଵାଟ୍ସ ଆପ୍‌ ଆକାଉଣ୍ଟ ସୃଷ୍ଟି କରାଯାଇ ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିଲା।  କେହି ଜଣେ ବ୍ୟକ୍ତି ପ୍ରତାରଣାପୂର୍ବକ ଏଭଳି କାର୍ଯ୍ୟ କରୁଥିବା ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଏହାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସାଇବର୍‌ ଥାନାରେ ଏତଲା ଦାୟର କରିବା ସହ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ କମିସନର୍‌ ଓ ଡିସିପିଙ୍କୁ ଜଣାଇଥିଲେ।

ତେବେ ଜୁନ୍‌ ମାସରେ ଏହି ଘଟଣା ଘଟିଥିବା ବେଳେ ପୁଣିଥରେ ସମାନ ତରିକାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ଫେକ୍‌ ହ୍ବାଟସ୍‌ ଆପ୍‌ ଆକାଉଣ୍ଟକୁ ଖୋଲିଛି। ତେବେ ଏହି ହ୍ଵାଟସ୍‌-ଆପ୍‌ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବାକୁ କଟକ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏଭଳି ଫେକ୍‌ ଆକାଉଣ୍ଟ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ସୂଚିତ କରାଯାଇଛି।

Leave A Reply

Your email address will not be published.