ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବର୍ଷା ଯୋଗୁ ବାତିଲ୍ ହେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍

ଓ୍ୱେଲିଂଟନ: ବର୍ଷା ଧୋଇନେଲା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ । ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି ।

ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ନଛାଡିବା ଯୋଗୁଁ ୧ଟା ୪୫ ମିନିଟରେ ମ୍ୟାଚ ବାତିଲ ଘୋଷଣା କରାଯାଇଥିଲା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ ୨୦ ତାରିଖରେ ହେବାର ଅଛି । ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି ।

ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବିଶ୍ୱକପ୍‌ରୁ ଉଭୟ ଦଳ ସେମି ଫାଇନାଲରେ ପରାସ୍ତ ହେବା ପରେ ଆଜି ଦୁଇ ଟିମ୍ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥାନ୍ତେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡାୟଙ୍କ ନେତୃତ୍ୱରେ ମୌଦାନକୁ ଓହ୍ଲାଇଥାନ୍ତା ଟିମ୍ ଇଣ୍ଡିଆ। ହେଲେ ବର୍ଷା ସବୁ ବିଗାଡ଼ି ଦେଇଛି।

Leave A Reply

Your email address will not be published.