ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀର ତଣ୍ଟିକାଟି ନିର୍ମମଭାବେ ହତ୍ୟା କଲା ପିଶାଚ ସ୍ୱାମୀ, ଆକ୍ରମଣରେ ୫ ବର୍ଷର ଝିଅ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ପିଶାଚ ସ୍ୱାମୀ । ନିଶାସକ୍ତ ଅବସ୍ଥାରେ ଝିଅର ବେକକୁ ଧାରୁଆ ଅସ୍ତ୍ରରେ କାଟିବା ପରେ ସ୍ତ୍ରୀକୁ ଅତି ବିଭତ୍ସଭାବେ ହତ୍ୟାକଲା ନିଶାସକ୍ତ ସ୍ୱାମୀ​‌। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ଘଟିଛି ଏଭଳି ଛାତିଥରା ହତ୍ୟାକାଣ୍ଡ । ଘଟଣାସ୍ଥଳରେ ଖଣ୍ଡଗିରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣପଡିଛି।

ମୃତକ ହେଲେ ସରସ୍ୱତୀ ଦାସ । ସ୍ତ୍ରୀ ସରସ୍ୱତୀ ଦାସ ଜଣେ ନର୍ସ ଥିଲେ ବୋଲି ଜଣାପଡିଛି । ନିଶା ପାଇଁ ବର୍ବର ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି ।  ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ ସଂଜିତ ଦାସଙ୍କ ରୋଜଗାର ନଥିବା ବେଳେ ସ୍ତ୍ରୀଙ୍କ ପଇସାରେ ଘର ଚଳୁଥିଲା । ଆଜି କୌଣସି ଘଟଣାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଏହା ସାଂଘାତିକ ରୂପ ନେଲା। ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ସଞ୍ଜୀତ ଏକ ଧାରୁଅ ଅସ୍ତ୍ରରେ ପତ୍ନୀ ଓ ଝିଅଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.