ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ମାରିଦେଲେ ଶିକାରୀ, ବନବିଭାଗର ଚଢ଼ଉ

ବୈପାରିଗୁଡା: କୁଟୁରାକୁ ହତ୍ୟା କରି କାଟିବା ସମୟରେ ବନବିଭାଗର ଚଢ଼ାଉ । ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ଶିକାରୀମାନେ ମାରି ଦେଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ସକାଳୁ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ ନିକଟ ଜଙ୍ଗଲରୁ ଏକ କୁଟୁରା ଗ୍ରାମକୁ ଲାଗି ରହିଥିବା ନଦୀକୁ ପାଣି ପିଇବା ପାଇଁ ଆସିଥିବା ଦେଖି କିଛି ଲୋକ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ସଂଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ। ତେବେ ସେତେବେଳକୁ ପ୍ରାୟ ୧୦ ଜଣ ଶିକାରୀ କୁଟୁରାକୁ ଠେଙ୍ଗାରେ ପିଟିପିଟି ମାରି ଦେଇ ଥିଲେ। ଏହା ପରେ କୁଟୁରାକୁ କାଟିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ବନ କର୍ମଚାରୀ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ଶିକାରୀମାନେ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ। ମୃତ କୁଟୁରାକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଅଣାଯାଇଥିବା ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କୁଟୁରାର ଓଜନ ୩୦ କିଲୋଗ୍ରାମ ହୋଇପାରେ ବୋଲି କହିବା ସହ ଏସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। କରିଥିବା ବେଳେ ଏହାର ତଦନ୍ତ ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.