ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରେକଡାନ୍ସରେ ବସିବା ହେଲା କାଳ, ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ

କୋଟପାଡ଼: ବ୍ରେକଡାନ୍ସ ଝୁଲାରେ ବସିବା ହେଲା କାଳ । ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ । କୋଟପାଡ଼ ସହରରେ ରଥଯାତ୍ରା ଅବସରରେ ମିନାବଜାରର ଆୟୋଜନ ହୋଇଛି । ବିଭିନ୍ନ ଖେଳ ସହ ବ୍ରେକଡ୍ୟାନ୍ସ ଖେଳର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିନାବଜାରରେ ପଡିଥିବା ବ୍ରେକଡେନ୍ସରେ ଖେଳର ମଜା ନେବାକୁ ଯାଇ ଏଥିରେ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ ନାବାଳିକାଙ୍କର ହୃଦଘାତ ହୋଇଥିଲା । ପରେ ତାଙ୍କୁ କୋଟପାଟ ହସ୍ପିଟାଲକୁ ସଙ୍ଗେସଙ୍ଗେ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି ।

Leave A Reply

Your email address will not be published.