ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ୍‌-୨୦୨୪ ସିଜିନରୁ ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !

ମୁମ୍ବଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା । ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଭିଜ୍ଞ ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ଏବେ ଆଘାତ ସମସ୍ୟା କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି ହୋଇଛି। ଅଭିଜ୍ଞ ବ୍ୟାଟର ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା।

ରୋହିତ ମୁମ୍ବାଇକୁ ଆଇପିଏଲ୍‌ରେ ୫ଥର ଚାମ୍ପିଅନ କରାଇଥିଲେ। ଏହା ସତ୍ତେ୍ୱ ରୋହିତଙ୍କଠାରୁ ମୁମ୍ବାଇ ନେତୃତ୍ୱ ଛଡାଇ ନେଇଛି। ଏଥିରେ କ୍ରିକେଟ ପ୍ରଶଂସକମାନେ ଚକିତ ହୋଇଥିଲେ। ମୁମ୍ବାଇ ଟ୍ରେଡିଂ ୱିଣ୍ଡୋ ଜରିଆରେ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସଠାରୁ ନିଜ ଦଳରେ ସାମିଲ କରିଥିଲା। କିନ୍ତୁ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍‌ ମିଳିପାରିନାହିଁ। ତେଣୁ ସେ ମୁମ୍ବାଇ ପାଇଁ ଆଇପିଏଲ୍‌ ଖେଳିବେ କି ନା ସେ ନେଇ ଆଶଙ୍କା ବଢିବାରେ ଲାଗିଛି। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସକୁ ୨୦୨୨ ଆଇପିଏଲ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ଗତ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ଆହତ ହୋଇ ବାଦ୍‌ ପଡିଥିଲେ। ସେବେଠାରୁ ସେ କ୍ରିକେଟରୁ ଦୂରେଇ ରହିଛନ୍ତି।

Leave A Reply

Your email address will not be published.