ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’, କଣ୍ଢେଇ ଉପହାର ଦେଇ ସମ୍ପର୍କ ନିବିଡ଼ କରିବେ ପ୍ରେମୀଯୁଗଳ

ଭୁବନେଶ୍ବର : ଫେବୃଆରୀ ୭ରୁ ଆରମ୍ଭ ହୋଇଯାଇଛି ପ୍ରେମର ସପ୍ତାହ । ରୋଜ ଡେ’,ପ୍ରପୋଜ୍ ଡେ’ ଏବଂ ଚକୋଲେଟ ଡେ’ ପରେ ଆଜି ହେଉଛି ଟେଡି ଡେ’ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’, ଆଜିର ଦିନରେ ପ୍ରେମୀଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ ସଂପର୍କର ଡୋରକୁ ଅଧିକ ମଜଭୁତ କରିବା ପାଇଁ ପରସ୍ପରକୁ କିଛିନା କିଛି ଉପହାର ଦେଇଥାନ୍ତି। ତେବେ ଟେଡି ବା କଣ୍ଢେଇ ଉପହାର ପ୍ରଦାନ ଦ୍ବାରା ସଂପର୍କରେ ଘନିଷ୍ଠତା ଆସିଥାଏ ବୋଲି ବିଶ୍ବାସ ରହିଛି।

ଖାସ୍‌କରି ଝିଅ ମାନଙ୍କୁ ଟେଡି ଅଧିକ ପସନ୍ଦ ଥାଏ । ଝିଅ ମାନଙ୍କୁ ଅଧିକ ପସନ୍ଦ ଥାଏ ସତ କିନ୍ତୁ ପୁଅ ମାନଙ୍କୁ ମଧ୍ୟ ଟେଡି ଗିଫ୍ଟ କରାଯାଇଥାଏ । ଖାସକରି ଏହି ଟେଡି ଡେ’ରେ । ପ୍ରେମର ଏହି ଉପହାରକୁ ପ୍ରେମୀଯୁଗଳମାନେ ସାରା ଜୀବନ ସାଇତି ରଖନ୍ତି।

ଅନ୍ୟପଟେ କପଲଙ୍କ ଚାହିଦାକୁ ଦେଖି ଆଜିକାଲି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ଟେଡି ବିକ୍ରି ହେଉଛି। ସାଥୀଙ୍କୁ ଆକର୍ଷିତ କଲା ପରି ଟେଡି ବିୟର, ହାର୍ଟ ଶେପ୍‌ ଟେଡି, ଫ୍ରି ଟେଡି ଷ୍ଟିକ୍‌, ଟେଡି ବ୍ଲାକ୍ସ, ଟେଡି ରୋଜ୍‌, ଟେଡି ବୁକେ ଆଦି ଉପଲବ୍ଧ। ଏଥିରେ ଛୋଟରୁ ଆରମ୍ଭ କରି ୬ ଫୁଟ୍ ଉଚ୍ଚତା ବିଶିଷ୍ଟ ଟେଡି ରହିଛି। ରାସ୍ତା କଡ଼ରେ ବିକ୍ରି ହେଉଥିବା ଟେଡିଗୁଡ଼ିକର ଦାମ୍ ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ଦୁଇ ହଜାର ଟଙ୍କା ପର୍ୟ୍ୟନ୍ତ ରହିଥିବା ବେଳେ ସୋ’ ରୁମ୍‌ରେ ଏହି ଟେଡିର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହାର ସର୍ବାଧିକ ମୂଲ୍ୟ ୫ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି। ତେବେ ନାଲି, ନୀଳ ଓ ଗୋଲାପୀ ରଙ୍ଗ ଟେଡିର ଚାହିଦା ଅଧିକ ରହୁଛି। ଭାଲେଣ୍ଟାଇନ୍ ସପ୍ତାହରେ ହୃଦୟ ଆକୃତିର ଟେଡିର ଅଧିକ ଚାହିଦା ଥିବା ବ୍ୟବସାୟୀ କହିଛନ୍ତି।

Leave A Reply

Your email address will not be published.