ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, କମିଶନରେଟ ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ୧୧ଟା ୪୫ରେ ସେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ଶ୍ରୀମତୀ ମୁର୍ମୁ ଉତ୍କଳ ମଣ୍ଡପରେ ଜ୍ଞାନ ପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ। ପରେ ସେ ରାଜଭବନ ଯାଇ ମଧ୍ୟାହ୍ନଭୋଜନ କରିବେ। ବିଶ୍ରାମ ନେବା ପରେ ଅପରାହ୍ଣ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏଠାରେ ମହାମହିମ ଦୀକ୍ଷାନ୍ତ ଅଭିଭାଷଣ ରଖିବା
ସହ କୃତୀ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ଏହାସହ ୭ ହଜାର ୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ପୂର୍ଣମାସି ଜାନି, ପଦ୍ମଶ୍ରୀ ଶ୍ରୀମତୀ ସୁନିଥା କ୍ରିଷ୍ଣନ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ୍ ଉପାଧି ମିଳିବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହପାଠିନୀମାନେ ମଧ୍ୟ ଯୋଗ ଦେବେ। ସମାବର୍ତ୍ତନ ଉତ୍ସବର କାର୍ଯ୍ୟକ୍ରମ ପରେ ମହାମହିମ ପୁନଶ୍ଚ ରାଜଭବନ ଫେରି ସେଠାରେ ରାତ୍ରିଯାପନ କରିବେ।

ସେହିପରି ୧୧ ତାରିଖ ସକାଳ ୯ଟାରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଗସ୍ତ କରିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସାରି ମହାମହିମ ବିମାନବନ୍ଦର ଯିବେ। ସେଠାରୁ ହେଲିକପ୍ଟର ଯୋଗେ କଟକ ଅଭିମୁଖେ ଯାତ୍ରା କରିବେ। କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସକୁ ଉଦ୍‌ଘାଟନ କରିବେ। ଏଠାରୁ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟାହ୍ନ ୧୨ଟା ୫୫ମିନିଟ୍‌‌ରେ ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମହାମହିମଙ୍କ ଖାଦ୍ୟପେୟ ଲାଗି ରାଜଭବନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରୀମତୀ ମୁର୍ମୁଙ୍କ ପାଇଁ ଶୁଦ୍ଧ ଶାକାହାରୀ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପରଷାଯିବାର ବ୍ୟବସ୍ଥା ହୋଇଛି। ଏଥି ପାଇଁ ଭୁବନେଶ୍ୱରର ଏକ ଘରୋଇ ପଞ୍ଚତାରକା ହୋଟେଲ୍‌‌କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇଆଲର୍ଟରେ ଟ୍ୱିନ୍ ସିଟି । କାରକେଡ ଯିବା ବେଳେ ଲୋକଙ୍କ ପାଇଁ ହେବ ଟ୍ରାଫିକ ଡାଇଭର୍ସନ । ସୁରକ୍ଷା ପାଇଁ ଛାତ ଉପରେ ଜଗିବେ ଗନ ମ୍ୟାନ୍ ପୋଲିସ୍ । ପ୍ରଥମେ warning car ଓ ପଛେ ପଛେ ପାଇଲଟିଂ ଭ୍ୟାନ୍ ଯିବ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ ଏୟାରପୋର୍ଟରୁ କାରକେଡ କରାଯିବ । ୩୦ଟି କାର୍ ରାଷ୍ଟ୍ରପତିଙ୍କ କାରକେଡରେ ସାମିଲ ହେବ । କ୍ଲିଅରିଂ କାର୍, ଜାମର ଭ୍ୟାନ୍, ଟେକନୋ କାର୍, ଭିଭିଆଇପି କାର୍ ଏହି କାରକେଡରେ ରହିବ ।

ଏସକର୍ଟ-୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ଓ ଏସକର୍ଟ-୨ରେ ଓଡ଼ିଶା ପୋଲିସ ଅଫିସର ରହିବେ । ଶେଷରେ ଆମ୍ବୁଲାନ୍ସ ଓ ଫାୟାର ଗାଡ଼ି ରହିବ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ବରରେ ୪୦ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ସେହିପରି ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଭାବେ ୫ପ୍ଲାଟୁନ୍‌ ପୁଲିସ୍‌ ନିୟୋଜିତ ହୋଇଛନ୍ତି। ସେହିପରି ୧୪ଜଣ ଆଡିସିନାଲ୍‌ ଡିସିପି, ୩୫ଜଣ ଏସିପି, ୪୭ଜଣ ଇନ୍‌ସ୍ପେକ୍ଟର, ୧୮୮ଜଣ ସବ୍‌-ଇନ୍ସପେକ୍ଟର୍‌ ଏବଂ ୬୦ଜଣ ଗୃହରକ୍ଷୀ ସୁରକ୍ଷା ବ୍ୟବସ୍ଥାର ପ୍ରତିଟି ଦିଗ ଉପରେ ଟିକିନିଖି ନଜର ରଖିବେ। ମହାମହିମଙ୍କ ଦର୍ଶନ ବେଳେ ଲିଙ୍ଗରାଜ ମନ୍ଦିର ହେବ ନୋ ମ୍ୟାନ୍ ଜୋନ୍ ।

ଆଜି ଦିନ ୧୧ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର୍‌ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ସୁନୀଲ ବଂଶଲ ପ୍ରମୁଖ ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.