ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକ ଘରୋଇ ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଏକ ଘରୋଇ ସ୍କୁଲ ପରିସରରେ ଥିବା ହଷ୍ଟେଲ ନିକଟସ୍ଥ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ପବ୍ଲିକ ସ୍କୁଲ ପରିସରରେ। ସେଇ ସ୍କୁଲରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରର ମୃତଦେହ ଗତ ରାତିରେ ଏକ ଆମ୍ମ୍ୱ ଗଛରେ ଝୁଲୁଥିବା ଦେଖି ସ୍କୁଲ ଅଧକ୍ଷ ପୁଲିସକୁ ଖବର ଦେଇଥିଲେ। ମୃତ ଛାତ୍ରର ନାମ ପାବିଲ୍ୟାସ କର୍ଜି। ସେ ଦଶମ ଶ୍ରେଣୀରେ ପଢ଼ୁଥିଲା। ତାର ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ମୃତଦେହ ପୁଲିସ ଜବତ କରିଛି। ଖୋର୍ଦ୍ଧା ତହସିଲଦାର ବିଭାସ ପାଣିଗ୍ରାହୀ, ଏସଡିପିଓ ଦିଲ୍ଲୀପ ଦାସ, ଆଦର୍ଶ ଥାନା ଅଧିକାରୀ ତାରିଖ ଆହମ୍ମଦ ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.