ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଜ୍‌ ରୁମ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ

ପୁରୀ: ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀର ବଡ଼ଶଙ୍ଖ ଅଂଚଳରେ ଥିବା ଏଚ ଆର ଲଜର ରୁମରେ ଝୁଲୁଛି ମୃତଦେହ । ଯୁବତୀଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀଜଣକ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର ପାୟଲ ମହାନ୍ତି (୨୨ବର୍ଷ) । ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଲଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି।

ଗତକାଲି ପାୟଲ ପରିବାର ଲୋକଙ୍କୁ କିଛି ନକହି ପୁରୀ ଆସିଥିଲେ । ବଡ଼ଶଙ୍ଖ ପାଖରେ ଥିବା ଏଚ୍ ଆର୍ ଲଜରେ ୫୦୦ ଟଙ୍କା ଦେଇ ରୁମ୍ ନେଇଥିଲେ। ସେପଟେ ପାଏଲଙ୍କ ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିବା ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଖବର ପାଇ ପରିବାର ଲୋକେ ପୁରୀ ଆସିଥିଲେ। ତେବେ ପାୟଲଙ୍କ ମୃତଦେହ ନିକଟରୁ ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ରେ ଆତ୍ମହତ୍ୟାର କାରଣ ବିଷୟରେ କିଛି ଲେଖା ନ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.