ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ସିଏନ୍‌ଜି ବସ୍‌ କିଣା ମାମଲାର ଯାଞ୍ଚ କରିବ ସିବିଆଇ, ‘ସିବିଆଇ’ ତଦନ୍ତ ପାଇଁ ଅନୁମତି ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ : ପୁଣି ଫସିଯିବେ କି ଦିଲ୍ଲୀର କେଜ୍ରିୱାଲ ସରକାର? କାରଣ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକସେନା କେଜ୍ରିୱାଲ ସରକାରଙ୍କ ବିରୋଧରେ ପୁଣି ଏକ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଅନୁମତି ଦେଇଛନ୍ତି । ସଦ୍ୟ ସୂଚନା ମୁତାବକ ଦିଲ୍ଲୀ ସରକାର ୧ ହଜାର ଲୋ ଫ୍ଲୋର ସିଏନଜି ବସ କିଣା ମାମଲାରେ ସବିଆଇ ଯାଞ୍ଚ ପାଇଁ ଉପ ରାଜ୍ୟପାଳ ଅନୁମତି ଦେିଛନ୍ତି । ଚଳିତ ବର୍ଷ ଜୁନ ମାସରେ ସକସେନାଙ୍କୁ ସମ୍ବୋଧିତ ଏକ ଅଭିଯୋଗରେ ଦାବି କରାଯାଇଥିଲା ଯେ ଦିଲ୍ଲୀ ପରିବହନ ନିଗମ (ଡିଟିସି) ପରିବହନ ମନ୍ତ୍ରୀଙ୍କ ପୂର୍ବ ଯୋଜନାବଦ୍ଧ ଢଙ୍ଗରେ ଟେଣ୍ଡର ଏବଂ ବସ୍ କ୍ରୟ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ।

ଏନେଇ ଉପ ରାଜ୍ୟପାଳଙ୍କୁ ଜୁନ ୦୯ ତାରିଖରେ ଏକ ଅଭିଯୋଗ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା କି, ପରିବହନ ମନ୍ତ୍ରୀଙ୍କ ଯୋଜନାବଦ୍ଧ ଭାବେ ଏହି ବସ୍ ଟେଣ୍ଡରିଂ ଓ କ୍ରୟ କମିଟିର ଅଧ୍ୟକ୍ଷ କରାଯାଇଛି । ଏହି ବସ କିଣାରେ ଦୁର୍ନୀତି କରିବା ଉର୍ଦ୍ଦେଶ୍ୟରେ ଡିଆଇଏମଟିଏସକୁ ନିଲାମୀ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିଲା ଏବଂ ଜୁଲାଇ ୨୦୧୯ ରେ ୧ ହଜାର ସିଏନଜି ବସ କ୍ରୟ ଏବଂ ମାର୍ଚ୍ଚ ୨୦୨୦ ରେ ବାର୍ଷିକ ରକ୍ଷଣା ବେକ୍ଷଣ ଚୁକ୍ତି ପାଇଁ ବିଡ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୨୦୧୯ରେ ୧୦୦୦ ‘ଲୋ ଫ୍ଲୋର୍‌ ବିଏସ୍‌-୪’ ଏବଂ ‘ବିଏସ୍‌-୬’ ବସ୍‌ କିଣାରେ ଦୁର୍ନୀତି ହୋଇଛି। ସେହିପରି, ବସ୍‌ କିଣିବା ଓ ‘ବିଏସ୍‌-୪’ ବସ୍‌ର ବାର୍ଷିକ ମରାମତି ଲାଗି ୨୦୨୦ ମାର୍ଚ ମାସରେ ହୋଇଥିବା ଆଉ ଏକ ଟେଣ୍ଡର୍‌ରେ ମଧ୍ୟ ଦୁର୍ନୀତି ହୋଇଥିବା କଥା ସେ ଉଲ୍ଲେଖ କରିଛନ୍ତି। ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗରୁ ବିବୃତି ଆଣିବା ଏବଂ ପ୍ରାପ୍ତ ବିବୃତିର ସୁପାରିସ ନିମନ୍ତେ ଜୁଲାଇ ୨୨ ତାରିଖ ଦିନ ଉକ୍ତ ଅଭିଯୋଗପତ୍ରକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିଲା। ଅଗଷ୍ଟ ୧୯ ତାରିଖ ଦିନ ମୁଖ୍ୟ ଶାସନ ସଚିବ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ, ବସ୍‌ କିଣାରେ ଦୁର୍ନୀତି ହୋଇଥିବାରୁ ଉପରାଜ୍ୟପାଳ ଉକ୍ତ ଅଭିଯୋଗକୁ ‘ସିବିଆଇ’ ତଦନ୍ତ ପାଇଁ ପଠାଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ‘ସିବିଆଇ’ ମଧ୍ୟ ଏହି ମାମଲାରେ ପ୍ରାଥମିକ ତଦନ୍ତ କରିସାରିଲାଣି।

ସେପଟେ ବସ୍‌ କିଣା ମାମଲାରେ ସିବିଆଇ ତଦନ୍ତ ଉପରେ ଦିଲ୍ଲୀ ସରକାରଙ୍କ ବୟାନ ସାମ୍ନାକୁ ଆସିଛି। ଟେଣ୍ଡର ବାତିଲ ହୋଯାଇଥିଲା। ବସ୍ କେବେ କିଣାଯାଇ ନାହିଁ। ଦିଲ୍ଲୀକୁ ଜଣେ ଅଧିକ ଶିକ୍ଷିତ ଉପରାଜ୍ୟପାଳ ଦରକାର। ବର୍ତ୍ତମାନର ଉପରାଜ୍ୟପାଳ ଜାଣି ନାହାଁନ୍ତି ଯେ ସେ କ’ଣ ଓ କାହା ଉପରେ ଦସ୍ତଖତ କରୁଛନ୍ତି ବୋଲି ଦିଲ୍ଲୀ ସରକାର କହିଛନ୍ତି। ଦିଲ୍ଲୀ ସରକାରଙ୍କ ବୟାନ ମୁତାବକ, ଖୋଦ୍‌ ଉପରାଜ୍ୟପାଳଙ୍କ ଉପରେ ଅନେକ ଗୁରୁତର ଦୁର୍ନୀତି ଅଭିଯୋଗ ରହିଛି। ଧ୍ୟାନ ବଦଳାଇବା ପାଇଁ ସେ ଏପରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ତଦନ୍ତ ଏପର୍ୟ୍ୟନ୍ତ କୌଣସି ଫଳାଫଳ ଦେଇନାହିଁ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ପରେ ସେ ବର୍ତ୍ତମାନ ଚତୁର୍ଥ ମନ୍ତ୍ରୀଙ୍କ ଉପରେ ଅଭିଯୋଗ କରୁଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ପ୍ରଥମେ ନିଜ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ଉତ୍ତର ଦେବା ଉଚିତ୍। ସେ ଖଦି ଗ୍ରାମ ଶିଳ୍ପ ଆୟୋଗର ଚେୟାରମ୍ୟାନ୍ ଭାବରେ ୧୪୦୦କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.