ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ ପ୍ରସଂଗରେ ସରକାରଙ୍କ ସତ୍ୟପାଠ, ଅଭିଯୁକ୍ତମାନେ ଦୋଷୀସାବ୍ୟସ୍ତ ହୋଇଥିବାରୁ ଆବେଦନ ଖାରଜ ହେଉ

କଟକ: ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବିରେ ରୁଜୁ ଆବେଦନର ଶୁଣାଣି ଆସନ୍ତା ମାର୍ଚ୍ଚ ୧୩ରେ ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଆଇନଜୀବୀ ଇଂ. ଦେବାଶିଷ ହୋତାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ଭି.ନରସିଂହ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏପଟରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ସଚିବ ଏକ ସତ୍ୟପାଠ ଦେଇଛନ୍ତି। ସେହିପରି ଆବେଦନକାରୀ ମଧ୍ୟ ସତ୍ୟପାଠ ଜରିଆରେ ଏହା ଉପରେ ଆପତ୍ତି ଜଣାଇଛନ୍ତି। ରାଜ୍ୟ ସରକାର ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ଏହି ସମ୍ବେଦନଶୀଳ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଅଭିଯୁକ୍ତ ମାନଙ୍କୁ ଗତ ୨୦୧୩ମସିହାରୁ ଫୁଲବାଣୀ ଅତିରିକ୍ତ ଦୌରା ଜଜ୍‌‌ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏପରିକି ଏହି ରାୟ ବିରୋଧରେ ଅଭିଯୁକ୍ତ ମାନେ ହାଇକୋର୍ଟରେ କ୍ରିମିନାଲ ଅପିଲ ରୁଜୁ କରିଛନ୍ତି ଯାହା ବିଚାରାଧିନ ରହିଛି ବୋଲି ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏଣୁ ଆବେଦନକାରୀ ସିବିଆଇ ତଦନ୍ତ ଦାବିରେ ୨୦୨୩ରେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରନ୍ତୁ ବୋଲି ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ୨୦୨୪ ଜାନୁଆରୀ ୨ରେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ କାହିଁକି କରାନଯିବ ସେ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଥିଲେ। ମାମଲାରୁ ପ୍ରକାଶ ଯେ ୨୦୦୮ ଅଗଷ୍ଟ ୨୩ରେ ଚକାପାଦ ଜଲେଶପଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ ବେଳେ ଦୁର୍ବୃତ୍ତ ମାନେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଗୁଳି କରି ହତ୍ୟା କରିଥିଲେ।

Leave A Reply

Your email address will not be published.