ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ହେଲା ଫୁଲ ଡ୍ରେସ୍ ରିହର୍ସାଲ, ପୋଲିସ ଡିଜିଙ୍କ ଉପସ୍ଥିତିରେ ଅଭ୍ୟାସ

ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜି ଭୁବନେଶ୍ୱର ଗାନ୍ଧୀମାର୍ଗରେ ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ । ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ ହେବ ଉତ୍ସବ । ସାଧାରଣତନ୍ତ୍ର ଦିବସରେ ଭାଗନେବେ ୫୦ଟି ଟ୍ରୁପ୍ ।

ଆଜି ଗାନ୍ଧୀ ମାର୍ଗରେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ କରିଛନ୍ତି ଅଭ୍ୟାସ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନ ଅଂଶ ଗ୍ରହଣ କରିଛନ୍ତି ଆଜିର ଅଭ୍ୟାସରେ । ଏହା ବ୍ୟତୀତ ବାଇକରେ ଡେୟାରଡେଭିଲ ଦୁଃଶାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ରିହାରସେଲ କରାଯାଇଛି ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ ହୋଇଛି । ତ୍ରୀସ୍ତରୀୟ ସୁର୭ା ବ୍ୟାବସ୍ଥାରେ ରହିବ ଗାନ୍ଧିମାର୍ଗ । ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୨ଶହ ବଛାବଛା ଅଧିକାରୀ ଓ ବନ୍ଧୁକଧାରୀ ପୋଲିସ ନିୟୋଜିତ ହେବେ । ଚଳିତ ବର୍ଷ ପରେଡ କମାଣ୍ଡିଂ କରୁଛନ୍ତି କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ ।

Leave A Reply

Your email address will not be published.