ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ସରକାରଙ୍କ ଘୋଷଣା: ମାଗଣା ମେଡିକାଲ୍‌‌, ଇଞ୍ଜିନିୟରିଂ ପଢ଼ିବେ ମେଧାବୀ

ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ସରକାରୀ ମେଡିକାଲ୍‌‌ ଓ ଇଞ୍ଜିନିୟରିଂ କଲେଜରେ ପଢ଼଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ ଛାତ୍ରଛାତ୍ରୀ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼଼ିବେ। ସେମାନଙ୍କ ନାମଲେଖାଠାରୁ ଆରମ୍ଭ କରି ବହି କିଣିବା ପର୍ଯ୍ୟନ୍ତ ସମସ୍ତ ପଢ଼଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମଏମସିପିୱାଇ) ଅଧୀନରେ ଏହି ବର୍ଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ୍‌‌ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା(ଏମଏମସିପିୱାଇ)କୁ ମେଧାବୀ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅଧିକ ବ୍ୟାପକ କରାଯାଇଛି। ଚଳିତ ଶିକ୍ଷାବର୍ଷ(୨୦୨୩-୨୪)ରେ ନାମଲେଖାଇଥିବା ଏହି ବର୍ଗର ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼଼ିବେ। ପାଠପଢ଼଼ା ପାଇଁ ସେମାନଙ୍କ ଆଗରେ ଅର୍ଥ ବାଧକ ସାଜିବ ନାହିଁ। ନାମଲେଖାଠାରୁ ଆରମ୍ଭ କରି ବାର୍ଷିକ ଓ ସେମିଷ୍ଟର ଫି, ପରୀକ୍ଷା ଫି, ହଷ୍ଟେଲ ଫି’ ଆଦି ବାବଦୀୟ ଖର୍ଚ୍ଚ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବହନ କରିବ। ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଜନା ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏସ୍‌‌ସି, ଏସ୍‌‌ଟି ଛାତ୍ରଛାତ୍ରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସୂଚନା ମୁତାବକ, ଏମଏମସିପିୱାଇ ଅଧୀନରେ ମେଡିକାଲ୍‌‌ ଏବଂ ଇଞ୍ଜିନିୟରିଂ(ବି ଟେକ୍‌‌, ଏମ ଟେକ୍‌‌) ପଢ଼ୁଥିବା ଯୋଗ୍ୟ ଏସ୍‌‌ଟି ଏବଂ ଏସ୍‌‌ସି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି’ ଅନ୍ତର୍ଭୁକ୍ତ ହେବ। କୋର୍ସ ଫି’ରେ ନାମଲେଖା ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି(ଟ୍ୟୁସନ୍‌‌ ଫି’ ଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ହଷ୍ଟେଲ ନାମଲେଖା ଦେୟ ଏବଂ ବାର୍ଷିକ ହଷ୍ଟେଲ/ମେସ୍‌‌ ଚାର୍ଜ ଏବଂ ପାଠପଢ଼଼ା ବାବଦ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏପରିକି ବହି ଓ ଅଧ୍ୟୟନ ବାବଦ ସାମଗ୍ରୀ କୋଚିଂ/ଟ୍ୟୁଟୋରିଆଲ୍‌‌ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ ହେବ। ଅନୁଷ୍ଠାନର ଡିନ୍‌‌/ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ଜିଲ୍ଲାପାଳଙ୍କୁ ମଞ୍ଜୁରୀ ପରେ ସେମାନଙ୍କ ଅର୍ଥ ମଞ୍ଜୁର କରାଯିବ। ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବାବେଳେ ବିଭାଗକୁ ସମସ୍ତ ଯୋଗ୍ୟ ଏସ୍‌‌ଟି ଓ ଏସ୍‌‌ସି ଛାତ୍ରଛାତ୍ରୀଙ୍କ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପଠାଇବେ। ଏପରିକି ଚଳିତ ଶିକ୍ଷା ବର୍ଷରେ ନାମଲେଖା ବାବଦ ଫି’ ପୈଠ କରିଥିବା ଛାତ୍ରଛାତ୍ରୀଙ୍କୁ ଫି’ ଫେରସ୍ତ କରାଯିବ। ଜିଲ୍ଲାପାଳମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହେବାକୁ ଥିବାବେଳେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରୂପାରୋଶନ ସାହୁ ଚିଠି ଲେଖି ଅବଗତ କରିଛନ୍ତି।

Leave A Reply

Your email address will not be published.