ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବାରିପଦା: ସୋମବାର ବିଳମ୍ବିତ ରାତିରେ ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । କୃଷ୍ଣଚନ୍ଦ୍ର ଗୋଲାଇ-ଷ୍ଟେସନରୋଡ ରାସ୍ତାର ଭଡାଘରେ ଚାଲୁଥିବା ଏହି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବ୍ୟାଙ୍କ କାର୍ଯ୍ୟାଳୟରୁ ନିଆଁ ଏଟିଏମକୁ ମଧ୍ୟ ବ୍ୟାପିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛନ୍ତି । ତତସହିତ ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଅଗ୍ନି ନ ବ୍ୟାପିବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ହେଁ ସର୍ଟସର୍କିଟରୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାରିପଦା ଟାଉନ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି ।

Leave A Reply

Your email address will not be published.