ମଙ୍ଗଳବାର ରାଶିଫଳ ( ୨୭ – ୦୯ – ୨୦୨୨ )

ମେଷ: ସ୍ୱାସ୍ଥ୍ୟ ପାଇଁ ଅଧିକ ଯତ୍ନବାନ ହେବେ। ପରିବାର ସଦସ୍ୟଙ୍କ ସହିତ ଏକ ଆରାମଦାୟକ ଏବଂ ଶାନ୍ତିପୂର୍ଣ୍ଣ ଦିନ ଉପଭୋଗ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

ବୃଷ: ପରିବାରରେ ଖୁସିର ପରିବେଶ ରହିବ। ଜମି କ୍ରୟ ଏବଂ ବିକ୍ରୟରୁ ଲାଭ ପାଇପାରିବେ। ଜୀବନସାଥୀଙ୍କ ସହିତ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯାଇପାରିବେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ଦୀର୍ଘ ଦିନର ସମସ୍ୟା ଦୂର ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଜୀବନସାଥୀଙ୍କ ସହଯୋଗରେ କଠିନ ପରିସ୍ଥିତିରୁ ମୁକୁଳିପାରିବେ। ଜୀବନରେ ନୂତନ ଅବସର ପାଇବେ।

କର୍କଟ : ପାରିବାରିକ କାର୍ଯ୍ୟରେ ଦିନସାରା ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଚାପ ରହିପାରେ। ନିଜ ଦକ୍ଷତା ବଳରେ କାର୍ଯ୍ୟରେ ସଫଳତା ପାଇବେ।

ସିଂହ: ସହକର୍ମୀଙ୍କଠାରୁ ସାହାଯ୍ୟ ପାଇବେ। କୌଣସି ଖୁସି ଖବର ପାଇପାରନ୍ତି। ଅଧିକ ଆୟ କରିବାର ସୁଯୋଗ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

କନ୍ୟା: ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଛି । ଅସାବଧାନତା ଆର୍ଥିକ କ୍ଷତି ଘଟାଇପାରେ । କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ।

ତୁଳା: କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ପରିଚିତ ହୋଇପାରନ୍ତି। କଠୋର ମନ୍ତବ୍ୟ ଦେବାଠାରୁ ଦୂରେଇ ରୁହନ୍ତୁ। ପୁରୁଣା କଥାକୁ ମନେ କରି ଅବସାଦରେ ରହିବେ।

ବିଛା: ଆଶା କରିଥିବା ଦିଗରୁ ଲାଭବାନ ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକର ଯତ୍ନ ନେବା କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା ପ୍ରସ୍ତୁତ କରିବେ। ନୂତନ ପ୍ରେମ ସମ୍ପର୍କ ଗଢ଼ିଉଠିପାରେ।

ଧନୁ: ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ। ମହିଳାମାନେ ନିଜ ଉଦ୍ଦେଶ୍ୟରେ ସଫଳ ହେବେ। ଇଚ୍ଛାଶକ୍ତିର ଅଭାବରୁ ବିଫଳତାର ଶିକାର ହୋଇପାରନ୍ତି।

ମକର: ଛାତ୍ରଛାତ୍ରୀ ନିଜ ପ୍ରୟାସରେ ସଫଳ ହେବ । ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ପ୍ରିୟଜନଙ୍କ ଅଶାନ୍ତ ମନୋଭାବ ପାଇଁ ବ୍ୟଥିତ ରହିପାରନ୍ତି।ବୈବାହିକ ଜୀବନରେ ସୁଖଶାନ୍ତି ଦେଖାଦେବ।

କୁମ୍ଭ: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଘରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସାମଜିକ ସ୍ତରରେ ମାନସମ୍ମାନ ବଢ଼ିବାକୁ ଲାଗିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ।

ମୀନ: ସାମାଜିକ କାର୍ଯ୍ୟକ୍ଷେତ୍ରରେ ଭାଗ ନେଇପାରନ୍ତି। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ଆକର୍ଷଣୀୟ ସୃଜନଶୀଳତା ଘରର ପରିବେଶକୁ ସୁନ୍ଦର କରିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

Leave a comment