ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ

ବାରିପଦା : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଆଜି ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଇଲେକ୍ଟ୍ରିକ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ୭ଟା ୩୦ମିନିଟ ସମୟରେ କମ୍ପ୍ୟୁଟର ରୁମରେ ଧୁଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ କର୍ମଚାରୀ । ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ସର୍ଟସର୍କିଟ୍ ଯୋଗୁଁ ଲାଗିଥିବା ନିଆଁରେ ରକ୍ତଭଣ୍ଡାରରେ ଲାଗିଥିବା ଏସି, କମ୍ପ୍ୟୁଟର ଓ କିଛି ଆସବାବପତ୍ର ପୋଡିଯାଇଥିବା ଜଣାପଡିଛି । ତେବେ ରକ୍ତଭଣ୍ଡାରରେ ରକ୍ତ ରହୁଥିବା ସ୍ଥାନରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.