ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶବ ସତ୍କାର ପାଇଁ କାନ୍ଧ ଦେଲେନି ପରିଜନ, ଆଗେଇ ଆସିଲା ସ୍ବେଚ୍ଛାସେବୀ ସଂଗଠନ

ଭବାନୀପାଟଣା : କେସିଙ୍ଗା ବ୍ଲକ୍ ବେଲଖଣ୍ଡି ପଞ୍ଚାୟତ ସାହାଯପାଟି ଗାଁର ଜନୈକ ବ୍ୟକ୍ତିର ମୃତ୍ୟୁ ହେବା ପରେ ସଂପୃକ୍ତ ମୃତକର ଶବ ଦାହ କରିବାକୁ କେହି ରାଜି ହୋଇନଥିଲେ । ପରିଶେଷରେ ଖବର ପାଇବା ପରେ ସ୍ବର୍ଗଦ୍ବାର ସେବା ସଂଗଠନର ମୁଖ୍ୟ ମନୋଜ କୁମାର ପଟ୍ଟନାୟକ, ତାଙ୍କର ସହଯୋଗୀ ରୁପ୍ରାରୋଡ ନିବାସୀ ସଜ୍ଜନ କୁମାର ଅଗ୍ରଓ୍ବାଲ, ସରୋଜ ସାହୁ,ମିତ୍ରସେନ ଭୋଇ,ମନୋଜ କୁମାର ଷଡ଼ଙ୍ଗୀ ଓ ସାଥି ମାନଙ୍କୁ ନେଇ ମୃତକ ଘରେ ପହଞ୍ଚି ଥିଲେ । ଘଟଣାସ୍ଥଳରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର,ପଲମ ଫାଣ୍ଡି ଏଏସଆଇ ଅସିତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଶବକୁ ଘରୁ ବାହାର କରି ଶ୍ମଶାନକୁ ନେଇ ଶବକୁ ଦାହ କରିଥିଲେ ।

ଶବ ସତ୍କାର ପାଇଁ କାନ୍ଧ ଦେଲେନି ପରିଜନ, ଆଗେଇ ଆସିଲା ସ୍ବେଚ୍ଛାସେବୀ ସଂଗଠନ

ଏଠାରେ ସୂଚନାଯୋଗ୍ୟ ଯେ ସଂପୃକ୍ତ ଗାଁ ରେ ଶବ ସତ୍କାର ପାଇଁ କେହି ବି ସାମାନ୍ୟ ସହଯୋଗ କରିବା ପାଇଁ ଆସିନଥିବା ଏକ ଦୁଃଖଦ ଘଟଣା । କରୋନା କାଳରେ ମଣିଷ ନିଜର ମାନବିକତା କୁ ହରେଇ ଦେବା ଠିକ୍ ନୁହେଁ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ବିଡିଓ ଓ ତହସିଲଦାର, ସମାଜସେବୀ ମନୋଜ ପଟ୍ଟନାୟକ ଓ ସ୍ବର୍ଗଦ୍ବାର ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ ଅଶେଷ କୃତଜ୍ଞତା ଜଣେଇଛନ୍ତି ।

Leave A Reply

Your email address will not be published.