ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରୁ ପୁଣି ଠାବ ହେଲା ନକଲି ସିମେଣ୍ଟ କାରଖାନା, ବହୁ ଅପ୍ରମିଶ୍ରିତ ସିମେଣ୍ଟ ଜବତ ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ

କଟକ : କଟକ ପାଲଟିଛି ନକଲି ଜିନିଷ କାରବାରର ପେଣ୍ଠସ୍ଥଳୀ। କିଛି ଦିନ ବ୍ୟବଧାନ ପରେ ଆଜି ପୁଣିଥରେ କଟକ  ଜଗତପୁର ଅଂଚଳରୁ ନକଲି ସିମେଣ୍ଟ କାରଖାନା ଠାବ କରିଛି ପୁଲିସ । ଜଗତପୁର ପୀରବଜାରରେ ଅଞ୍ଚଳରେ ଚାଲିଥିବା ଏହି ନକଲି ସିମେଣ୍ଟ କାରଖାନାରେ ଚଢଉ କରି ପୁଲିସ ବହୁ ଅପ୍ରମିଶ୍ରିତ ସିମେଣ୍ଟ ଜବତ କରିବା ସହ ନକଲି ସିମେଂଟ୍ ପ୍ରସ୍ତୁତ କରିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପମିଶ୍ରଣ ଓ ନକଲି ଅଭିଯୋଗ ପରେ କାରଖାନାକୁ ସିଲ୍ କରିଦିଆଯାଇଛି ।

ମିଳିଥିବା ସୂଚନାଅନୁସାରେ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ଏଭଳି ନକଲି ସିମେଣ୍ଟ ଜବତ ହୋଇଛି । ମା’ ତାରିଣୀ କନଷ୍ଟ୍ରକସନ ନାମକ ଏକ ଘରୋଇ କନଷ୍ଟ୍ରକସନ କମ୍ପାନୀ ଏଭଳି ନକଲି ସିମେଣ୍ଟ ତିଆରି କରି ଦୀର୍ଘ ଦିନ ଧରି ବହୁ ପରିମାଣର ଅର୍ଥ ଲୋକଙ୍କ ପାଖରୁ ଲୁଟିଥିବା ନେଇ ଜଗତପୁର ପୁଲିସ କୌଣସି ସୂତ୍ରରୁ ଖବରପାଇଥିଲା ।ଏହାପରେ ଏହି କନଷ୍ଟ୍ରକସନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ଏହାସହ ମାଲିକକୁ ମଧ୍ୟ ଅଟକ ରଖିଛି । ଜିଲ୍ଲା ବାହାରୁ ଅଖା ଓ ମୁଣ୍ଡା ସିମେଣ୍ଟ ସହ ଆନୁସଙ୍ଗୀକ ଜିନିଷ ଆଣି ଏଠାରେ ନକଲି ସିମେଣ୍ଟ ତିଆରି କରୁଥିବା ଜଣାପଡ଼ିଛି ।ଏଥିସହ ଏହାର ଚେର କେତେ କେଉଁ କେଉଁ ଆଡେ ଲମ୍ବିଛି ତାର ତଦନ୍ତ ଜାରି ରଖିଛି ପୁଲିସ ।  ଆଗରୁ ମଧ୍ୟ ଏହି ଅଂଚଳରୁ ବହୁ ଥର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ଜିନିଷ ଜବତ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.