ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖବରକାଗଜ ହକରଙ୍କୁ ମିଳିଲା ପରିଚୟପତ୍ର

ଖୋର୍ଦ୍ଧା : ଖରା ବର୍ଷା, ଶୀତ କାକରରେ ପ୍ରତେକ ଦିନ ସକାଳେ ପାଠକଙ୍କ ନିକଟରେ ଖବରକାଗଜ ଖଣ୍ଡେ ପହଞ୍ଚାଉଥିବା ଲୋକ ଟିକୁ ରାଜ୍ୟ ସରକାର ପରିଚୟ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ରେ ଥିବା ୭୦୦୦ ରୁ ଉର୍ଦ୍ଧ୍ବ ହକରଙ୍କୁ ମିଳିବ ଏହି ପରିଚୟ ପତ୍ର। ଖୋର୍ଦ୍ଧାରେ ଏହାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣ ମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାର ଏହି ପଦକ୍ଷେପ ଏକ ଐତିହାସିକ ଏବଂ ଅଭିନବ ପଦକ୍ଷେପ ବୋଲି ମତବ୍ୟକ୍ତ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଲୋକ ସମ୍ପର୍କ ସଚିବ ବିଷ୍ଣୁପଦ ସେଠୀ, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର ସବୁ ହକର ଯୋଗ ଦେଇ ପରିଚୟ ପତ୍ର ପାଇଥିଲେ। ରାଜ୍ୟର ପ୍ରଥମ ହକର ଭାବେ ଜିତେନ୍ଦ୍ର ବେହେରା ପରିଚୟ ପତ୍ର ପାଇଥିଲେ।

Leave A Reply

Your email address will not be published.