ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଇଓଡବ୍ଲ୍ୟୁ ଟିମ୍‌‌, ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା

ଭୁବନେଶ୍ୱର: ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଇଓଡବ୍ଲ୍ୟୁ ଟିମ୍‌‌ ପହଞ୍ଚିଛି। ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଲମ୍ବା ଲାଇନ୍‌‌ କରି ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌‌ ଏହି ପଚରାଉଚରା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨୦ ହଜାର ଟଙ୍କା ଧରିଥିବା ଓ ଟଙ୍କା କାହାର ନେଇ ପଚରାଉଚରା କରୁଛି। ଗତ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି।

ଖବର ଅନୁଯାୟୀ, ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ଜଣାପଡିଥିଲା। ୨ ହଜାର ଟଙ୍କିଆ ୧୦ ନୋଟ ବଦଳାଇଲେ ଅସଲି ମାଲିକଙ୍କଠାରୁ ୩୦୦ ଟଙ୍କା ମିଳୁଥିବା ଖବର ଅସିଥିଲା । ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ନେଇ ସୂଚନା ଦେଇଥିଲେ ଲାଇନରେ ଛିଡା ହୋଇଥିବା କିଛି ବ୍ୟକ୍ତି । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଥିଲା ।

Leave A Reply

Your email address will not be published.