ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ : ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଓପନ କରୁଛନ୍ତି ରୋହିତ-ଋଷଭ

ବର୍ମିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଏଜବେଷ୍ଟନରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ଯାହା ଫଳରେ ପ୍ରଥମ ଟି-୨୦ ଭଳି ଭାରତ ଏହି ମ୍ୟାଚ୍‌ରେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ଗତ ମୁକାବିଲା ତୁଳନାରେ ଆଜି ଉଭୟ ଟିମ୍‌ରେ କିଛି ପରିବର୍ତ୍ତନ କରାଯାଇଛି। ଭାରତୀୟ ଟିମ୍‌ରେ ୪ଟି ପରିବର୍ତ୍ତନ ହୋଇଥିବା ବେଳେ ଇଂଲଣ୍ଡରେ ଦୁଇଟି ପରିବର୍ତ୍ତନ ହୋଇଛି।

ଭାରତୀୟ ଟିମ୍‌ରେ ବିରାଟ କୋହଲି, ଜସ୍‌ପ୍ରୀତ ବୁମରା, ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଏଣ୍ଟ୍ରି ହୋଇଛି। ଇଶନ କିଷନ, ଦୀପକ ହୁଡା, ଅର୍ଶଦୀପ ସିଂହ ଏବଂ ଅକ୍ସର ପଟେଲଙ୍କୁ ବିଶ୍ରାମ ଦିଆଯାଇଛି।ସେହିପରି ଇଂଲଣ୍ଡ ପକ୍ଷରୁ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଜି ଚୂଡ଼ାନ୍ତ ଏକାଦଶରେ ଦୁଟି ପରିବର୍ତ୍ତନ କରି ତାଇମଲ ମିଲ୍ସଙ୍କ ବଦଳରେ ଡାଭିଡ ୱିଲ୍ଲୀ ଦଳକୁ କମବ୍ୟାକ କରିଛନ୍ତି। ସେହିପରି ରେସି ଟପଲେଙ୍କ ବଦଳରେ ରିଚାର୍ଡ ଗ୍ଲିସନ ସୁଯୋଗ ପାଇଛନ୍ତି।

ପ୍ରଥମ ମ୍ୟାଚର ବିଜୟ ପରେ ଜୋସରେ ଟିମ୍ ଇଣ୍ଡିଆ । ଆଗୁଆ ସିରିଜ କବଜା ଲକ୍ଷ୍ୟରେ ଭାରତ । ୫ ମାସ ପରେ ଟି-ଟ୍ୱେଣ୍ଟିକୁ ଫେରିଥିବାରୁ କୋହଲିଙ୍କ ଉପରେ ନଜର ରହିଛି । ଏହି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ଭାରତ ।ସବୁଠୁ ବଡ଼ କଥା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ କୋହଲି ୫ ମାସ ପରେ ଟ୍ବେଣ୍ଟି-୨୦କୁ ଫେରିବେ। ଫର୍ମରେ ନଥିବାରୁ ଏହି ବ୍ୟାଟର୍‌ ନିଜ ପୂରୁଣା ଚମକ ଫେରିପାଇବା ଲାଗି ଚେଷ୍ଟା କରିବେ । ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି ବିଶ୍ରାମ ନେବାକୁ ଚାହୁଁଥିବାରୁ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ୨ ମ୍ୟାଚ୍‌ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।

Leave A Reply

Your email address will not be published.