ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରବିଆଇ ଗଭର୍ଣ୍ଣରଙ୍କ ବଡ ଦାବି, ଏବେ ପ୍ରତିମାସ କମିବ ଦରଦାମ

ନୂଆଦିଲ୍ଲୀ : ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଜନତାଙ୍କୁ ମିଳିବ ଆଶ୍ବସ୍ତି। ଦରଦାମ ବୃଦ୍ଧିକୁ ନେଇ ଦେଶରେ ହାହାକାର ଲାଗି ରହିଥିବା ବେଳେ ଆରବିଆଇ ଗଭର୍ଣ୍ଣର ଦେଇଛନ୍ତି ଖୁସି ଖବର। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ମଧ୍ୟମ ଧରଣର ହେବ ବୋଲି ଆଶା କରାଯାଉଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତ ପ୍ରକାର ପଦକ୍ଷେପ ଜାରି ରଖିବ। ଏହା ଶକ୍ତିଶାଳୀ ଏବଂ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ କରିବ । ଅଭିବୃଦ୍ଧି ଉପରେ ବର୍ତ୍ତମାନ ଭଲ ସଙ୍କେତ ଆସିବା ଆରମ୍ଭ ହୋଇଛି। ଏଣୁ ଆଗକୁ ଦରଦାମ କମିବ।

କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଦାସ କହିଛନ୍ତି, ‘ବର୍ତ୍ତମାନ ସମୟରେ ସପ୍ଲାଇ ଆଉଟ୍ ପୁଟ୍ ଭଲ ସ୍ଥିତିରେ ରହିଛି । ଏହା ୨୦୨୨-୨୩ ଆର୍ଥିକ ବର୍ଷର ଦ୍ବିତୀୟ ୬ ମାସରେ ଦରଦାମ ହ୍ରାସ ପାଇବାର ସଙ୍କେତ ଦେଉଛି । ଆମ ମୁଦ୍ରାସ୍ପିତି ଧିରେ ଧିରେ କମ ହେଉଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ ନାହିଁ ।’

କେବଳ ଭାରତ କି ଆମ ରାଜ୍ୟ ଓଡ଼ିଶା ନୁହେଁ, ସାରା ବିଶ୍ବ ଏବେ ଦରଦାମ ବୃଦ୍ଧି ଜାଲରେ ପଡ଼ିଛି । ପିଟିଆଇ ଖବରକୁ କୋଟ୍ କରି ଦାସ କହିଛନ୍ତି, ‘ସାରା ବିଶ୍ବ ଏବେ ଦର ବୃଦ୍ଧିକୁ ନେଇ ଚିନ୍ତିତ । ଗ୍ଲୋବାଲ ଟ୍ରେଡ କମିଛି । କିଛି ସମୟ ପାଇଁ ଦର ବୃଦ୍ଧିର ପ୍ରଭାବ ପଡ଼ିବ, ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଦେଶର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବାକୁ ଆରବିଆଇ ନିଜ ପଲିସିରେ ପରିବର୍ତ୍ତନ ଜାରି ରଖିବ ।’

କରୋନା ମହାମାରୀ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଟଳମଳ ସ୍ଥିତିରେ ରହିଛି । କିନ୍ତୁ, ଏଥିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦରଦାମ ଆରବିଆଇର ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ସରକାର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ରେପୋ ରେଟରେ ବୃଦ୍ଧି କରିଛନ୍ତି । ଏହାପରେ ଦେଶର ପ୍ରାୟ ସବୁ ବ୍ୟାଙ୍କ ଋଣ ଉପରେ ସୁଧହାର ବଢାଇ ଦେଇଛନ୍ତି । ଜୁନରେ ୦.୫୦ ବଢିଥିବା ରେବୋ ରେଟ୍ ପରେ ୪.୯୦ ପ୍ରତିଶତ ହୋଇଯାଇଛି ।

ଆର୍ଥିକ ସ୍ଥିରତା ପାଇଁ ମୂଲ୍ୟ ସ୍ଥିରତା ମୁଖ୍ୟ

ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ମୂଲ୍ୟ ସ୍ଥିରତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ତେଣୁ ଆର୍ଥିକ ସ୍ଥିରତା ବଜାୟ ରଖିବା ଏବଂ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିବ। ଦାସ କହିଛନ୍ତି ଯେ ଯଦିଓ ଆମର ନିୟନ୍ତ୍ରଣ ବାହାରେ ଥିବା କାରଣଗୁଡିକ ସ୍ୱଳ୍ପ ସମୟ ମଧ୍ୟରେ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇପାରେ, ମଧ୍ୟମ ଅବଧିରେ ଏହାର ଗତିବିଧି ମୁଦ୍ରା ନୀତି ଦ୍ବାରା ସ୍ଥିର ହେବ। ତେଣୁ ମୁଦ୍ରାସ୍ଫୀତି ସ୍ଥିର କରିବା ପାଇଁ ମୁଦ୍ରା ନୀତି ଠିକ୍ ସମୟରେ ପଦକ୍ଷେପ ନେବା ଉଚିତ୍। ଏହା ସହିତ ଅର୍ଥନୀତିକୁ ଏକ ଦୃଢ ସ୍ଥିତିରେ ଏବଂ ସ୍ଥାୟୀ ଅଭିବୃଦ୍ଧି ପଥରେ ରଖାଯାଇପାରିବ ।

Leave A Reply

Your email address will not be published.