ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର-ଝାଡ଼ଖଣ୍ଡ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୮ ଆହତ

କରଞ୍ଜିଆ: ଭୁବନେଶ୍ୱର ଠାରୁ ଝାଡ଼ଖଣ୍ଡ ଅଞ୍ଚଳ କୁମାରଡୁମୁରିକୁ ଯାଉଥିବା ସାଗର ନାମକ ଏକ ଯାତ୍ରୀବାହୀ ବସ ବୁଧବାର ବିଳମ୍ବିତ ରାତିରେ ଆନନ୍ଦପୁର- ଠାକୁରମୁଣ୍ଡା ରାସ୍ତାର ଚିଆଁ ବେଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ୪ ଜଣ ବାଦାମପାହାଡ଼ ଓ କୁମାରଡୁମୁରି ଅଞ୍ଚଳର ହୋଇଥିବାର ଜଣାପଡିଛି। ଭୁବନେଶ୍ୱରରୁ ଯାତ୍ରୀ ନେଇ ଝାଡ଼ଖଣ୍ଡ କୁମାରଡୁମୁରିକୁ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣାସ୍ଥଳରେ ମହୁଲଡ଼ିହା ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ କରିଛି।

Leave A Reply

Your email address will not be published.