ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପେଟ୍ରୋଲ ପମ୍ପରୁ ଲୁଟ୍: ମୁଣ୍ଡରେ ବନ୍ଧୁକ ଲଗାଇ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନୟାଗଡ: ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାରେ ଥିବା ମା’ ଭାନୁମତି ପେଟ୍ରୋଲ ପମ୍ପରୁ ବୋମା ଫୁଟାଇ ବନ୍ଧୁକ ମୁନରେ ୩ ଲକ୍ଷ ୬୦ ହଜାର ଲୁଟ୍ କରି ନେଇଛିନ୍ତି ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, ଆଜି ଭୋରରୁ ୬ ଜଣ ଦୁର୍ବୃତ୍ତ ନାଲି କାରରେ ଉକ୍ତ ପେଟ୍ରୋଲ ପମ୍ପରେ ବୋମାମାଡ଼ କରିବା ସହ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ ଲକ୍ଷ ୫୦ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତ ଟଙ୍କା ଛଡ଼ାଇ ନେଇ ପଳାଉଥିବା ବେଳେ ବିରୋଧ କରିଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । ୩ ଜଣଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ପଡିଥିଲେ। ଗୁରୁତର କର୍ମଚାରୀଙ୍କୁ  ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଖଣ୍ଡପଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.