ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଦି କାଶ୍ମୀର ଫାଇଲ୍ସ’ ନାଁରେ ଠକେଇ : ଫ୍ରୀରେ ଡାଉନଲୋଡ କରିବା ପାଇଁ ଲିଙ୍କ୍‌ ପଠାଇ ଆକାଉଣ୍ଟରୁ ଟଙ୍କା ଗାୟବ କରୁଛନ୍ତି ସାଇବର ଠକ

ନୂଆଦିଲ୍ଲୀ : ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଦର୍ଶକଙ୍କ ଭରପୁର ସମର୍ଥନ ସହ ବକ୍ସ ଅଫିସରେ ହିଟ୍ ହୋଇଛି ଦ କାଶ୍ମୀର ଫାଇଲ୍ସ। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି ଏବଂ ଦେଶରେ ଏହିଭଳି ଚଳଚ୍ଚିତ୍ର ନିର୍ମାଣ କରାଯିବା ଉଚିତ ବୋଲି ମଧ୍ୟ କହିଛନ୍ତି।

କାଶ୍ମୀର ପଣ୍ଡିତଙ୍କ ସଂଘର୍ଷମୟକୁ ଦର୍ଶାଉଥିବା ଏହି ଫିଲ୍ମକୁ ନେଇ ଦେଶରେ ଅନେକ ପ୍ରକାର ବିଚାର ସାମ୍ନାକୁ ଆସୁଛି। ଫଳରେ ଲୋକଙ୍କ ମନରେ ଫିଲ୍ମକୁ ନେଇ ବହୁତ ରୋମାଞ୍ଚ ବଢ଼ିଯାଇଛି । ଫିଲ୍ମକୁ ଦେଖିବା ପାଇଁ ଲୋକେ ଯେମିତି ପାଗଳ ହେଉଛନ୍ତି। ଏମିତି ତ ଫିଲ୍ମ ଦେଖିବାକୁ ହେଲେ ସିନେମା ହଲ ଯିବାକୁ ପଡ଼ିବ। କିନ୍ତୁ ଏହାରି ମଧ୍ୟରେ ଅପରାଧୀମାନେ ଏହି ଚଳଚ୍ଚିତ୍ର ନାଁରେ ଲୋକଙ୍କୁ ଠକିବା ଆରମ୍ଭ କରି ଦେଇଛନ୍ତି। ସାଇବର ଠକମାନେ ଲୋକଙ୍କୁ ମାଗଣାରେ ଏହି ଚଳଚ୍ଚିତ୍ର ଦେଖାଇବା ନାଁରେ ମୋବାଇଲ ଫୋନ୍‌ ହ୍ୟାକ୍‌ କରୁଛନ୍ତି ଓ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ନୋଏଡ଼ାର ଅତିରିକ୍ତ ଡିସିପି ଲୋକମାନଙ୍କୁ ଏପରି ଲିଙ୍କ୍‌ ପ୍ରତି ସତର୍କ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ସାଇବର ଠକମାନେ ‘ଦି କାଶ୍ମୀର ଫାଇଲ୍ସ’ର ଲିଙ୍କ୍‌ ପଠାଇ ଠକାମୀର ନୂଆ ଉପାୟ ଆପଣାଇଛନ୍ତି।

ହ୍ଵାଟ୍ସଆପରେ ଏକ ମେସେଜ ସେୟାର କରାଯାଉଛି, ଯେଉଁଥିରେ କିଛି ଲିଙ୍କ ଦିଆଯାଇଛି, ଏହି ଫିଲ୍ମକୁ ଡାଉନଲୋଡ ଫିଲ୍ମ ପାଇଁ ହ୍ୱାଟ୍ସଆପ୍ ରେ ଏକ ଲିଙ୍କ୍ ଘୂରିବୁଲୁଛି। ଯାହାକୁ କ୍ଲିକ କରି ଆପଣ ଏହି ଫିଲ୍ମକୁ ଘରେ ବସି ଡାଉନଲୋଡ କରି ଦେଖିପାରିବେ। କିଛି ଏମିତି ମେସେଜ୍‌ ହ୍ଵାଟ୍ସଆପକୁ ଏବେ ଆସୁଛି। କିନ୍ତୁ ଏହା କୌଣସି ଲିଙ୍କ ନୁହେଁ ଏଥିରେ କୌଣସି ଫିଲ୍ମ ଆପଣ ଦେଖିପାରିବେନାହିଁ ବରଂ ହ୍ୟାକରଙ୍କ ଏକ ଚାଲ୍।ଯାହାଦ୍ୱାରା ଫୋନରେ ଭାଇରସ ଆସିପାରେ ଏବଂ ଆପଣଙ୍କ ସମସ୍ତ ତଥ୍ୟ ନେଇ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରେ ବୋଲି ପୋଲିସ୍ ତରଫରୁ ସୂଚନା ଦିଆଯାଇଛି । ତେଣୁ ଏଭଳି ଲିଙ୍କ ଉପରେ ଧ୍ୟାନ ନଦେବାକୁ କୁହାଯାଇଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ତ୍ତମାନ ପର୍ୟ୍ୟନ୍ତ ଲିଙ୍କ କାରଣରୁ ହ୍ୟାକିଙ୍ଗ୍‌ ମାମଲାର କୌଣସି ଖବର ଆସିନାହିଁ କିନ୍ତୁ ଏହା ସତ ଯେ ଏହି ତରିକାକୁ ବ୍ୟବହାର କରି ହ୍ୟାକର୍ସ ଲୋକଙ୍କୁ ଠକୁଛନ୍ତି,ତେଣୁ ଆପଣ ସାବଧାନ ରୁହନ୍ତୁ।

ନୋଏଡ଼ା ଜୋନର ଡିସିପି ରଣବିଜୟ ସିଂହ କହିଛନ୍ତି, ଦିଲ୍ଲୀରେ ଅନେକ ଲୋକଙ୍କ ପାଖକୁ ‘ଦି କାଶ୍ମୀର ଫାଇଲ୍ସ’ ନାଁରେ ଲିଙ୍କ୍‌ ଆସିଛି ଓ ସେମାନେ ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା। ଅପରାଧୀମାନେ ନିଃଶୁଳ୍କ ଫିଲ୍ମ ଦେଖାଇବା ନାଁରେ ମୋବାଇଲ୍‌କୁ ଲିଙ୍କ୍‌ ପଠାଉଛନ୍ତି। ଏହି ଲିଙ୍କ୍‌ ଆସିବା ପରେ ଯିଏ ଏହି ଲିଙ୍କ୍‌କୁ ଖୋଲୁଛି, ତା’ର ଫୋନ୍‌ ହ୍ୟାକ୍ ହୋଇଯାଉଛି ଓ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଏବଂ ନୋଏଡା ପୁଲିସ ଲୋକଙ୍କୁ ଏପରି ଲିଙ୍କ ଏବଂ ସାଇବର ଅପରାଧୀଙ୍କ ଶିକାର ନ ହେବାକୁ ସତର୍କ କରାଇଛନ୍ତି।

Leave A Reply

Your email address will not be published.