ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମେଡିଆନ କପିଲ ଶର୍ମା, ନବୀନଙ୍କ ସହ ହସି ହସି ବେଦମ ହେଲେ କମେଡି କିଙ୍ଗ

ଭୁବନେଶ୍ବର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ପ୍ରଖ୍ୟାତ ହାସ୍ୟ ଅଭିନେତା କପିଲ ଶର୍ମା । ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଏକ ଚଚ୍ଚଚିତ୍ର ସୁଟିଂ କରୁଛନ୍ତି । ଏହି ଅବସରରେ ଆଜି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନେକ ଆଲୋଚନା କରିଛନ୍ତି କପିଲ ଶର୍ମା ।କେବଳ କପିଲ ନୁହଁନ୍ତି ବରଂ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ନବୀନ । ପରେ ଭାରତୀୟ ହକି ଟିମର ଏକ ଜର୍ସି ଉଭୟଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ । ଏହାସହ କପିଲଙ୍କୁ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ଦେଇଥିଲେ ନବୀନ ।ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଉପସ୍ଥିତ ରହିଥିଲେ ୫ଟି ସଚିବ ଭି.କେ ପାଣ୍ଡିୟାନ ।

କପିଲ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆଲୋଚନା ପରେ ଉଭୟ ବହୁତ ହସିଛନ୍ତି। କାରଣ କପିଲଙ୍କ ପ୍ରତିକଥାରେ କିଛିନା କିଛି କମେଡିର ତଡକା ରହିଥାଏ। ଯାହାକୁ ଶୁଣିବା ପରେ ତାଙ୍କ ପାଖରେ ଥିବା ବ୍ୟକ୍ତି କେବେବି ହସକୁ ରୋକି ପାରିନଥାଏ। ନବୀନ ଏବଂ କପିଲ ଭେଟ ସମୟରେ ମଧ୍ୟ ଏପରି କିଛି ହୋଇଛି ବୋଲି ଫଟୋରୁ ଅନୁମାନ କରାଯାଇପାରୁଛି।


ଏଠାରେ ସୂଚନାଯୋଗ୍ୟ ଗତ କିଛି ଦିନ ହେବ ଏକ ଫିଲ୍ମର ସୁଟିଂ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି କମେଡିଆନ କପିଲ ଶର୍ମା । ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ଜଣେ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ କପିଲ । ପାଖାପାଖି ୧୫ ଦିନରୁ ଅଧିକ ହେବ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ସୁଟିଂ ଚାଲୁଥିଲା । ଆଉ ସୁଟିଂ ସମୟରେ କପିଲଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି।

ଅନ୍ୟପଟେ ଆଜି କପିଲ ଭୁବନେଶ୍ୱରରୁ ଏକ ଭିଡିଓ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସକାଳୁ ସକାଳୁ ବାଇକ ନେଇ ବାହାରେ ବୁଲୁଛନ୍ତି। ଏହି ବାଇକ ରାଇଡକୁ ସେ ବହୁତ ଏଞ୍ଜୟ କରୁଛନ୍ତି। ଭୋର ଭୋର ସମୟରେ ରାଜଧାନୀର ରାଜରାସ୍ଥାରେ କପିଲ ବୁଲୁଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.