ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଟିଟିରେ ଡେବ୍ୟୁ କରିବେ କରିନା

ମୁମ୍ବଇ : ବିଗତ କିଛି ଦିନ ହେଲାଣି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କ ଓଟିଟି ଡେବ୍ୟୁକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏବେ ଏହି ଖବର ଉପରେ ନିଜେ କରିନା ମୋହର ଲଗାଇଛନ୍ତି। ସୋସିଆଲ୍‌ ମିଡିଆରେ କିଛି ଫଟୋ ଓ ଭିଡିଓ ସେୟାର କରି ସେ ବହୁତ ଜଲ୍‌ଦି ଓଟିଟିରେ ଡେବ୍ୟୁ କରିବେ ବୋଲି କହିଛନ୍ତି। ଫିଲ୍ମର ନାମ ଏଯାବତ୍‌ ସ୍ଥିର କରାଯାଇନାହିଁ। ଏଥିରେ କରିନାଙ୍କ ସହ ‘ପାତାଲ୍‌ ଲୋକ’ର ଅଭିନେତା ଜୟଦୀପ ଅହଲାୱତ୍‌ ନଜର ଆସିବେ। ବିଜୟ ବର୍ମା ମଧ୍ୟ ଏଥିରେ ଅଭିନୟ କରୁଛନ୍ତି। କରିନା ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଫିଲ୍ମ ମାଧ୍ୟମରେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି।

ସୁଜୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ‘କାହାନୀ’, ‘କହାନୀ-୨’, ‘ବବ୍‌ ବିଶ୍ବାସ’, ‘ବଦଲା’ ଆଦି ରହିଛି। କରିନା ଅଭିନୟ କରୁଥିବା ଫିଲ୍ମର କାହାଣୀ ଜାପାନୀ ଉପନ୍ୟାସ ‘ ଦ ଡିଭୋସନ୍‌ ଅଫ୍‌ ସସ୍‌ପେକ୍ଟ ଏକ୍ସ’ ଉପରେ ଆଧାରିତ ହେବ। ଏହି ପୁସ୍ତକ ଆମେରିକାଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ବହୁତ ବଡ଼ ବଡ଼ ପୁରସ୍କାର ଜିତିବାରେ ସଫଳ ହୋଇଛି। ଏଥିରେ ଦର୍ଶକେ ମର୍ଡର, ମିଷ୍ଟ୍ରି ଓ ଥ୍ରିଲର୍‌କୁ ଏକତ୍ର ଦେଖିପାରିବେ। କରିନା ଏବେ ଅମିର୍‌ ଖାନ୍‌ଙ୍କ ସହିତ ‘ଲାଲ୍ ସିଂହ ଚଢ୍ଢା’ରେ ନଜର ଆସିବେ। ଏହା ୧୧ ଅଗଷ୍ଟ, ୨୦୨୨ରେ ରିଲିଜ୍‌ ହେବ। କରିନା ଶେଷ ଥର ପାଇଁ ‘ଇଂରାଜୀ ମିଡିୟମ୍’ ଫିଲ୍ମରେ ନଜର ଆସିଥିଲେ। ଏହି ଫିଲ୍ମ ୧୩ ମାର୍ଚ୍ଚ, ୨୦୨୦ରେ ରିଲିଜ୍‌ ହୋଇଥିଲା। ଏଥିରେ ତାଙ୍କର ଭୂମିକା ବେଶ୍‌ ଛୋଟ ଥିଲା।

Leave A Reply

Your email address will not be published.