ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଣସେବାୟତ ପ୍ରବେଶକୁ ନେଇ ଲିଙ୍ଗରାଜ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ; ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ଗତ ଦୁଇ ଦିନ ହେବ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବା ସହ ପ୍ରଭୁ ଲିଙ୍ଗରାଜ ଉପାସରେ ଅଛନ୍ତି । କାଲି ପୂର୍ବାହ୍ନ ସାଢ଼େ ୧୦ରୁ ନୀତିକାନ୍ତି ବନ୍ଦ ରହିଛି । ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଥିଲା । ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା ।

ସୂଚନା ଅନୁସାରେ, ଗତକାଲି ସେବାୟତ ବେଶରେ କପିଳେଶ୍ୱରର ଜଣେ ବରିଷ୍ଠ ନାଗରିକ ଭୋଗ ମଣ୍ଡପ ପଟେ ମହାପଭୁଙ୍କୁ ଦର୍ଶନ କରିବାକୁ ପଶିବାରୁ ସେଠାରେ ଥୁଆ ହୋଇଥିବା କୋଠ ଭୋଗ ଓ ସୁଆର ସେବାୟତଙ୍କ ପ୍ରସ୍ତୁତ ଅନ୍ୟ ଭୋଗ ମାରା ହୋଇଯାଇଥିଲା । ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା । ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବଡ଼ୁ ନିଯୋଗ ସଂପାଦକ କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି । ଭୋଗ ମଣ୍ଡପ ନୀତି ଚାଲୁଥିବା ବେଳେ ଏହି ବିଭ୍ରାଟ ଘଟିବାରୁ ପାଳିଆ ପୂଜାପଣ୍ଡା ଠାକୁରଙ୍କ ପୂଜା ବନ୍ଦ କରିଦେଇଥିଲେ ।

Leave A Reply

Your email address will not be published.