ନୂଆପଡ଼ାରେ ଝାଡ଼ାବାନ୍ତି ଆତଙ୍କ: ୧ ମୃତ, ୧୦ରୁ ଉର୍ଦ୍ଧ୍ବ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଏଠାରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତ ମହିଳା ହେଲେ କୋମନା ବ୍ଲକ ଜଟଗଡ ଗ୍ରାମର ଲାଲାଦେଇ ହଂସ।
ସୂଚନା ଅନୁଯାୟୀ, ଗତ କିଛିଦିନ ହେବ କାଶୀପୁର ଓ ଏହାର ଆଖପାଖ ଅଞ୍ଚଳରେ ଡାଇରିଆ ହେଉଥିବା ଦେଖିବାକୁ ମିଳିଛି । ପରେ ଘଟଣାସ୍ଥଳରେ ବିଶେଷଜ୍ଞ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ଦୂଷିତ ପାଣି ଏହାର ମୁଖ୍ୟ ବାହକ ବୋଲି ଜଣାପଡିଥିଲା ।
ଏଥିସହିତ ପଢ଼ନ୍ତୁ