ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲ୍ଯ ବିବାହ ରୋକିଲା ମହିଳା ଓ ଶିଶୁ ବିକାଶ ବିଭାଗ, ନାବାଳିକା ଉଦ୍ଧାର

ମୋରଡ଼ା: ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଚାଲିଛି ବାଲ୍ୟ ବିବାହ। ସଚେତନତା ଅଭାବ ହେଉ କି ଅନ୍ୟ କିଛି କାରଣ ଥାଉ ବାଲ୍ୟ ବିବାହକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ପ୍ରଶାସନ ପାଇଁ। ତେବେ ଆଜି ଜନୈକ ନାବାଳିକାର ବିବାହ ହେବା ପୂର୍ବରୁ ନାବାଳିକାକୁ ଉଦ୍ଧାର କରିଛି ମୋରଡ଼ା ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ। ଏହି ବ୍ଲକ ତଥା ବେତନଟୀ ଥାନା ଅଧିନ ଦାନ୍ତିଆମୁଁହା ଅଞ୍ଚଳର ଜନୈକା ନାବାଳିକା ଝିଅ ( ୧୬ ବର୍ଷ ବୟସ ) କୁ ମୋରଡ଼ା ବ୍ଲକ ତଥା ମୋରଡ଼ା ଥାନା ଅଧିନ ସାରାଶୋଳ ଗ୍ରାମର ଅମୂଲ୍ୟ ମୁଖୀଙ୍କ ପୁଅ ପ୍ରଭାସ ମୁଖୀ (୨୧) (+୩ ଶେଷ ବର୍ଷ ରେ ପାଠ ପଢ଼ୁଥିବା) ସରାଶୋଳ ଗ୍ରାମ ସ୍ଥିତ ଘରେ ନେଇ ରଖିବା ସହିତ ଆଜି ବିବାହ କରିବା ପାଇଁ ପ୍ରସ୍ତୁତ ହେଉଥିବାର ଖବର କୌଣସି ସୂତ୍ରରୁ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଖବର ପାଇଥିଲେ। ଏହା ପରେ ଏହି କାର୍ଯ୍ଯାଳୟର ଏସଏ ଜ୍ୟୋତ୍ସ୍ନା ମହାନ୍ତି,ଦାନ୍ତିଆମୁଁହା ସୁପରଭାଇଜର ଶାନ୍ତି ଲତା ପୋଥାଳ, ବାସନ୍ତୀ ନାୟକ ମୋରଡ଼ା ଥାନାରେ ପହଞ୍ଚି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ମୋରଡ଼ା ଥାନା ପୁଲିସ ସହିତ ମହିଳା ଓ ଶିଶୁ ବିକାଶ କାର୍ଯ୍ଯାଳୟ ର ଉକ୍ତ ଅଧିକାରୀ ମାନେ ସରାଶୋଳ ଗ୍ରାମରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହିତ ପରିବାର ଲୋକଙ୍କୁ ସଚେତନ କରି ବୁଝାଇଥିଲେ। ଏହା ପରେ ଉଦ୍ଧାର ନାବାଳିକାଙ୍କୁ ତାଙ୍କ ବାପା ମାଆଙ୍କୁ ହସ୍ତାନ୍ତର କରିବା ସହିତ ନାବାଳିକା ବିବାହ ଏକ ଦଣ୍ଡନୀୟ ଅପରାଧ ଏବଂ ଏହାକୁ ପରିଣାମ ସମ୍ପର୍କରେ ନାବାଳିକାଙ୍କ ପରିବାରକୁ ବୁଝାଇବା ସହିତ ସଚେତନ କରିଥିଲେ। ସୂଚନାଯୋଗ୍ୟ କି ନାବାଳିକା ଜଣକ ସରାଶୋଳ ଗ୍ରାମ ସ୍ଥିତ ମାଉସୀ ଘରେ ରହୁଥିଲେ। ଏବଂ ଯୁବକ ଜଣକ ସହିତ ନାବାଳିକାଙ୍କ ବିବାହ ଆଜି ସନ୍ଧ୍ୟା ରେ ହୋଇଥାନ୍ତା ବୋଲି ଏସଏ ଶ୍ରୀମତୀ ମହାନ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.