ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି। ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ ନିଷ୍ପତି ଥିଲା ବୋଲି ଅବସର ନେବା ପରେ କହିଛନ୍ତି । ବିସିସିଆଇ, ଆଇସିସି ମୋତେ ଯେଉଁ ସୁଯୋଗ ଏବଂ ସମ୍ମାନ ପ୍ରଦାନ କରିଛନ୍ତି ତାହା ମୁଁ ଭୁଲିପାରିବି ନାହିଁ । କ୍ରିକେଟର ସମସ୍ତ ମୂହର୍ତକୁ ମୁଁ ମନଭରି ଉପଭୋଗ କରିଛି ବୋଲି ଏସ.ଶ୍ରୀସନ୍ଥ କହିଛନ୍ତି। ସ୍ପଟ ଫିକ୍ସିଂ ବିବାଦ ଯୋଗୁ ତାଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.