ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପନିପରିବା ସଂରକ୍ଷଣ ପାଇଁ ଉଦ୍ୟାନ କୃଷି ବିଭାଗ ନିର୍ମାଣ କରୁଛି ୧୦୦୦ ସବଜି କୁଲର, ବିଧାନସଭାରେ ସୂଚନା ଦେଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଉଦ୍ୟମ ବଳରେ ରାଜ୍ୟରେ ବଢିଛି କୃଷି ଉତ୍ପାଦନ। ରାଜ୍ୟର ବହୁ ଯୁବପିଢି ଚାଷକାମ ପାଇଁ ମନବଳାଇବା କାରଣରୁ କୃଷି ଉତ୍ପାଦନ ଭଲ ହୋଇଛି। ବର୍ତ୍ତମାନ ରାଜ୍ୟ ସରକାର ଉତ୍ପାଦିତ ସମାଗ୍ରୀକୁ ଉଚିତ ବଜାର ଯୋଗାଇ ଦେଇଥିବା ବେଳେ ସଂରକ୍ଷଣ ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ଶୀତଳ ଭଣ୍ଡାରର ଅଭାବ ରହିଛି। ଯେଉଁ ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ଏକ ହଜାର ନୂଆ ସବଜି କୁଲର(ଶୀତଳିକରଣ ଗୃହ) ନିର୍ମାଣ କରୁଛନ୍ତି। ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି , ରାଜ୍ୟରେ ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହେଇ ପଡିଥିବାବେଳେ, ୩୬ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ଅଛି । ତେବେ ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାରକୁ ସଚଳ କରିବାକୁ ସମ୍ଭବ ନୁହେଁ । ଏହାକୁ ଅଚଳରୁ ସଚଳ କରିବା ବ୍ୟୟବହୁଳ ଅଟେ । ତେଣୁ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

ପନିପରିବା ସଂରକ୍ଷଣ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୦୦ କିଲୋଗ୍ରାମ ବିଶିଷ୍ଟ ୧୦୦୦ ସବଜି କୁଲର ନିର୍ମାଣ କରାଯାଉଛି। ଯେଉଁଥିରେ ୭୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ଏଥିରେ ପ୍ରୋତ୍ସାହନ ରାଶି ବି ଅଛି। ସାଧାରଣ ଅଞ୍ଚଳ ପାଇଁ ୫୫ ପ୍ରତିଶତ ଯାହା ୨୨୦ ଲକ୍ଷ ଟଙ୍କା ଓ ସଂରକ୍ଷିତ ଅଞ୍ଚଳ ପାଇଁ ୭୦ ପ୍ରତିଶତ ଯାହା ୨୮୦ ଲକ୍ଷ ଟଙ୍କା ଅଟେ। ସେହିପରି ଶୀତଳୀକରଣ ଗୃହ ବି ନିର୍ମାଣ କରାଯିବ। ଏଥିରେ ୫୫ ରୁ ୭୦ ପ୍ରତିଶତ ରିହାତି ମିଳିବ। ସେହିପରି ପଞ୍ଚାୟତିରାଜ ବିଭାଗ, SHG ଓ କୃଷକଙ୍କ ସହଯୋଗରେ ସୌରଚାଳିତ ଶୀତଳ ଗୃହ ନିର୍ମାଣ କରାଯାଉଛି । ଇଛୁକ ଲୋକେ ପାଖ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ନିବେଦନ କରି ପାରିବେ । ନିର୍ମାଣ କରାଯାଉଥିବା ସବଜି କୁଲର ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ ।

ରାଜ୍ୟରେ ୨ ଲକ୍ଷ୭୧  ହଜାର ୧୫୫ ହେକ୍ଟର ଜମିରେ୩୧.୨୫ ଲକ୍ଷ ଟନ ଆଳୁ ଉତ୍ପାଦନ ହେଉଛି। ବର୍ତମାନ ମହାଜୁଦ ଥିବା ଶୀତଳ ଭଣ୍ଡାର ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ। ଏପ୍ରିଲ ପହିଲାରୁ ଚାଷୀଙ୍କ ପାଇଁ ବଡ଼ ସୁଯୋଗ। ଶୀତଳୀକରଣ ଗୃହ, ପରିବହନ ଖର୍ଚ୍ଚ ଓ ସଂରକ୍ଷଣ ଉପରେ ବଡ଼ ରିହାତି ମିଳିବ। ରାଜ୍ୟ ସରକାର ୭୦ ପ୍ରତିଶତ ରୁ ଅଧିକ ରିହାତି ଦେବେ ବୋଲି ଗୃହରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ।

ଅନ୍ୟପଟେ ଆମ୍ବ ଉତ୍ପାଦନ ନେଇ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଆମ୍ବ ୧୩ ଡିଗ୍ରୀ ତାପମାତ୍ରାରେ ୧୪ ରୁ ୨୧ ଦିନ ରହି ପାରିବ। ତେବେ ଏହାକୁ ଅଧିକ ଦିନ ସଂରକ୍ଷିତ ରଖିବା ପାଇଁ ଶୀତଳୀକରଣ ଗୃହର ଆବଶ୍ୟକତା ରହିଛି। ଚାଷୀଙ୍କ ଆବଶ୍ୟକତା ଅନୁସାରେ ସ୍ଥାନୀୟ ବିଧାୟକ ଆବେଦନ କଲେ, ଶୀତଳୀକରଣ ଗୃହ ଦିଆଯିବ। ହେଲେ କେବଳ ଚାଷୀଙ୍କ ଆବଶ୍ୟକତାକୁ ଦେଖି ଏହା ଦିଆଯିବ। ରାଜ୍ୟ ସରକାର କ୍ଲଷ୍ଟର ବେସଡ ଭାବେ ଚାଷୀଙ୍କୁ ଶୀତଳୀକରଣ ଗୃହ ପ୍ରଦାନ କରିବେ।

ଅନ୍ୟପଟେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବଧାନ କମି କମି ଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବସିଡ଼ି ବ୍ୟବସ୍ଥା କରିଛନ୍ତି। ଅନ୍ୟ କୌଣସି ରାଜ୍ୟ ସବସିଡ଼ି ଦେଉ ନଥିବା ବେଳେ ଓଡ଼ିଶା ଦେଉଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହକୁ ଅବଗତ କରିଛନ୍ତି। ଏଥି ସହିତ ଉଦ୍ୟାନ କୃଷି ବାବଦରେ କେନ୍ଦ୍ରୀୟ ଅନୁଦାନ କମୁଛି । ତେଣୁ ବିଜେପି ବିଧାୟକ ମାନେ କେନ୍ଦ୍ରକୁ କହି ସେ ପ୍ରାପ୍ୟ ରାଜ୍ୟକୁ ଦିଅନ୍ତୁ  ବୋଲି ହାତ ଯୋଡି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Leave A Reply

Your email address will not be published.