୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ମହାସଂଘର ଦାବି, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର : ୧୦ ଦଫା ଦାବି ନେଇ ଗତକାଲିଠୁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନର ଦ୍ବିତୀୟ ଦିନରେ ବିଭିନ୍ନ ସ୍ଥାନରେ ଉଗ୍ରରୂପ ଧାରଣ କରିଥିଲା। ତେବେ ଏହାରି ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୂଖ୍ୟ ଶାସନ ସଚିବ।
୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ମହାସଂଘର ଦାବି। ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଆଲୋଚନାରେ ହୋଇଛି ନିଷ୍ପତ୍ତି। #Odisha #driverprotest #Driver #odishanews pic.twitter.com/fRVbgEBkL3
— Sakala (ସକାଳ) (@TheSakala) March 16, 2023
୩ ମାସରେ ଡ୍ରାଇଭର ଏକତା ମହାସଂଘ ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ନେଇ ଓଡିଶା ଡ୍ରାଇଭର ଏକତା ମହାସଂଘ ଆବାହକଙ୍କୁ ଚିଠି ମଧ୍ୟ ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଲିଖିତ ଆକାରରେ ଡ୍ରାଇଭର ମହାସଂଘ ଆବାହକଙ୍କୁ ଜଣାଇ ଦିଆଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଆଜି ସନ୍ଧ୍ୟାରେ ସଚିବାଳୟ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ଆସନ୍ତା ୩ ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସମ୍ମତି ପ୍ରକାଶ ପାଇଛି । ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ନା ପ୍ରତ୍ୟାହାର କରିବେ ତାହା ଆଉ କିଛି ସମୟ ମଧ୍ୟରେ ଜଣାଇବେ ବୋଲି କହିଛନ୍ତି।