ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ-ଡ୍ରାଇଭର ମୁହାଁମୁହିଁ : ଆନ୍ଦୋଳନରତ ଡ୍ରାଇଭରଙ୍କ ଆକ୍ରମଣରେ ଗୋଳନ୍ଥରା ଆଇଆଇସି ଗୁରୁତର, ୬ ପୁଲିସ ଆହତ

ବ୍ରହ୍ମପୁର/ଭୁବନେଶ୍ବର : ଆଜି ଦ୍ୱିତୀୟ ଦିନରେ ଉଗ୍ରରୂପ ନେଉଛି ଡ୍ରାଇଭର ଆନ୍ଦୋଳନ। ଡ୍ରାଇଭର ଆନ୍ଦୋଳନ ବେଳେ ବିଭିନ୍ନ ଜାଗାରୁ ଅଶାନ୍ତିର ଖବର ଆସିବାରେ ଲାଗିଛି । ଆଜି ଅପରାହ୍ନରେ ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ସନ୍ଧ୍ୟାରେ ବ୍ରହ୍ମପୁରରେ ପୁଲିସକୁ ଆକ୍ରମଣ କରିଛନ୍ତି ଆନ୍ଦୋଳନରତ ଡ୍ରାଇଭର।

ବ୍ରହ୍ମପୁର ପୋକୋଡ଼ିବନ୍ଧ ଛକରେ ପୁଲିସ୍ କର୍ମଚାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ବାହାର ରାଜ୍ୟରୁ ମାଲ ବୋଝେଇ କରି ଆଣୁଥିବା ଡ୍ରାଇଭର ଆନ୍ଦୋଳନକାରୀ ଡ୍ରାଇଭର ଅଟକାଇଥିଲେ । ସେମାନଙ୍କୁ ସହର ମଧ୍ୟକୁ ଯିବାକୁ ଦେଇ ନ ଥିଲେ । ବାହାର ରାଜ୍ୟରୁ ଆସିଥିବା ଡ୍ରାଇଭରମାନଙ୍କୁ ଛାଡିଦେବାକୁ ପୁଲିସ କହିବା ପରେ ଉତ୍ତେଜନା ଆରମ୍ଭ ହୋଇଥିଲା।

ଆନ୍ଦୋଳନାକରୀ ଡ୍ରାଇଭରଙ୍କୁ ଘଉଡ଼ାଇବାକୁ ପୁଲିସ୍ ଚେଷ୍ଟା କରୁଥିଲେ । ଏହି ସମୟରେ ସ୍ଥିତି ଉତ୍ତେଜନାମୂଳକ ହୋଇପଡ଼ିଥିଲା । ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ଡ୍ରାଇଭର । ଫଳରେ ପୋଲିସ୍ ଓ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।ପ୍ରାୟ ୪ ଶହରୁ ୫ ଶହ ଆନ୍ଦୋଳନକରୀ ସେଠାରେ ପୁଲିସ ଉପରକୁ ଆକ୍ରମଣ କରିବାକୁ ପଛାଇନଥିଲେ। ଡ୍ରାଇଭରମାନେ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ କରିବାକୁ କହୁଥିବା ବେଳେ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ। ଡ୍ରାଇଭରଙ୍କ ମାଡ଼ରେ ଗୋଳନ୍ଥରା ଆଇଆଇସି ଗୁରୁତର ହୋଇଥିବା ବେଳେ  ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଚନ୍ତି। ସମସ୍ତଙ୍କୁ ବ୍ରହ୍ମପୁର  MKCG ରେ ଭର୍ତ୍ତି କରାଯାଇଛି।

ଆନ୍ଦୋଳନ ବେଳେ ଡ୍ରାଇଭରମାନଙ୍କ ଏପରି ଗୁଣ୍ଡାଗିରି ପରେ ଘଟଣାସ୍ଥଳରେ ଗଞ୍ଜାମ ଏସପି ପହଞ୍ଚିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍ କର୍ମୀ ଜଗି ରହିଛନ୍ତି। ଘଟଣାସ୍ଥଳରୁ ଭିଡ କମାଇବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଛି। ଯାହା ଫଳରେ ବ୍ରହ୍ମପୁର ଅଭିମୁଖେ ଛୁଟିଛି ଡ୍ରାଇଭରଙ୍କ ସୁଅ।

ଅନ୍ୟପଟେ ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ ଡ୍ରାଇଭର । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓହରିବ ନାହିଁ ବୋଲି ଜିଦରେ ଡ୍ରାଇଭର ମହାସଂଘ ଅଟଳ ଥିବାବେଳେ ଏହି ଆନ୍ଦୋଳନକୁ ବିରୋଧ କରୁଛନ୍ତି ବାହାର ରାଜ୍ୟରୁ ଆସୁଥିବା ଡ୍ରାଇଭର ।

ଫଳରେ ମୁହାଁମୁହିଁ ହୋଇଥିଲେ ଦୁଇ ଡ୍ରାଇଭର ଗୋଷ୍ଠୀ। ରାଜରାସ୍ତା ଉପରେ ଠେଲାପେଲା, ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତାର ଦୁଇ ପଟେ ଅଟକି ରହିଥିଲା ଶହ ଶହ ଗାଡି । ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ହୋଇଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ଏପରିକି ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରବାକୁ ପଡିଥିଲା ।

ବାହାର ରାଜ୍ୟରୁ ମାଲ ବୋଝେଇ କରି ଆଣୁଥିବା ଡ୍ରାଇଭର ଆନ୍ଦୋଳନକାରୀ ଡ୍ରାଇଭର ଅଟକାଇଥିଲେ । ସେମାନଙ୍କୁ ସହର ମଧ୍ୟକୁ ଯିବାକୁ ଦେଇ ନ ଥିଲେ । ବାହାର ରାଜ୍ୟରୁ ଆସିଥିବା ଡ୍ରାଇଭର ବିରୋଧ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ, ବୋତଲ ଫିଙ୍ଗା ଫୋପଡା ହୋଇଥିଲା । ସମ୍ପୂର୍ଣ୍ଣ ଇଲାକା ଯୁଦ୍ଧକ୍ଷେତ୍ର ପରି ଲାଗୁଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରୁଥିବା ଡ୍ରାଇଭରଙ୍କୁ ବୁଝାସୁଝା କରି ରାସ୍ତା ଉପରୁ ହଟାଇଥିଲା । ଡ୍ରାଇଭର ରାସ୍ତାରୁ ହଟିବା ପରେ ତମାଣ୍ଡୋରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.