ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୋଗୀଙ୍କୁ ହତ୍ୟା ଧମକ; ୩ ଦିନରେ ବୋମାରେ ଉଡାଇ ଦେବାକୁ ଆସିଲା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଲକ୍ଷ୍ନୌସ୍ଥିତ ପୋଲିସ କଣ୍ଟ୍ରୋଲ ରୁମ ୧୧୨ ହ୍ୱାଟସଆପ ନମ୍ବରରେ ଆସିଛି ହତ୍ୟା ଧମକ । ଯେଉଁ ନମ୍ବରରୁ ଧମକ ଆସିଛି ତାହା ଶାହିଦ ଖାନ୍‌ ନାମରେ ରେଜିଷ୍ଟର ହୋଇଛି । ଧମକ ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସାଇବର ଓ ସର୍ଭିଲାନ୍ସ ସେଲ୍‌ ମଧ୍ୟ ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛନ୍ତି । ପୂର୍ବରୁ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଥିଲା।

ମୋବାଇଲ ନମ୍ବର ଆଧାରରେ ପୋଲିସ ଅଭିଯୁକ୍ତକୁ ଖୋଜୁଛି । ତାକୁ ଗିରଫ କରିବା ପାଇଁ ପୋଲିସ ଟିମ୍‌ ଗଠନ କରିଛି । ଅଗଷ୍ଟ ୨ରେ ୟୁପିର ପୋଲିସ ହେଲ୍ପଲାଇନ ନମ୍ବର ୧୧୨ର ହ୍ବାଟସଆପ୍‌କୁ ଯୋଗୀଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା ଆତତାୟୀ । ମାତ୍ର ୩ ଦିନରେ ଯୋଗୀଙ୍କୁ ବମ୍‌ରେ ଉଡାଇ ଦେବାକୁ ଧମକ ଦେଇଥିଲା ଦୁର୍ବୃତ୍ତ ।

ଅଭିଯୁକ୍ତର ଲୋକେସନ୍‌କୁ ଟ୍ରାକ କରିବାକୁ ଉଦ୍ୟମ କରୁଛି ପୋଲିସ । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଏହା ପୂର୍ବରୁ ବି ଅନେକ ଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳି ସାରିଛି ।

Leave A Reply

Your email address will not be published.