ମଙ୍ଗଳବାର ରାଶିଫଳ ( ୦୯-୦୮-୨୦୨୨ )

ମେଷ: ପରିବାରରେ ଭୁଲ୍‌ବୁଝାମଣା ଦେଖାଦେଇପାରେ। ମାନସିକ ଅବସାଦରେ ଦିନଟି କଟିବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ରହିବେ। କିଛି ଦରକାରୀ କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ। ଆର୍ଥିକ ଅନଟନ ଦେଖାଦେବ।

ବୃଷ: ନୂତନ କାର୍ଯ୍ୟରେ ରୁଚି ଦେଖାଇବେ। ଆର୍ଥିକ କ୍ଷେତ୍ରରେ ମଜଭୁତ୍‌ ରହିବେ। ସନ୍ତାନସନ୍ତତିଙ୍କୁ ଅଧିକ ସମୟ ଦେବେ। କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହୋଇପାରେ । ପ୍ରଗତି ପଥରେ ଆଗେଇବେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ସକାରାତ୍ମକ ଭାବନା ରଖି କାର୍ଯ୍ୟ କରିବେ। ନୂତନ ପୁଞ୍ଜି ନିବେଶ ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ଅନାବଶ୍ୟକ ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ଭାବିଚିନ୍ତି ନଷ୍ପତ୍ତି ନିଅନ୍ତୁ।

କର୍କଟ: ପରିବାରରେ ଆନନ୍ଦ, ଉଲ୍ଲାସ ଦେଖାଦେବ। ଅଧିକାରୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ବନ୍ଧୁବାନ୍ଧାବଙ୍କ ସହଯୋଗ କ୍ରମେ ବ୍ୟବସାୟ ପ୍ରସାର ହେବ।

ସିଂହ: କୌଣସି ସ୍ଥାନରୁ କିଛି ଶୁଭ ସମାଚାର ପାଇପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟିକ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ।

କନ୍ୟା: ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିପାରେ। ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ନୂତନ ସାଥୀଙ୍କ ସହ ଅଧିକ ସମୟ କଟାଇବେ। ନୂତନ ନିବେଶରୁ ଦୂରେଇ ରୁହନ୍ତୁ।

ତୁଳା: ପୈତୃକ ସମ୍ପତ୍ତି ପାଇବା ପାଇଁ କିଛି ନୂତନ ପଥ ଅବଲମ୍ବନ କରିବେ। ଆଶା ଅନୁସାରେ ଫଳ ପାଇବେ ନାହିଁ। ବରିଷ୍ଠ ଅଧିକାରୀଙ୍କ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ବିଦେଶ ଯାତ୍ରା କରିପାରନ୍ତିି।

ବିଛା: ଦୀର୍ଘ ଦିନର ଇଚ୍ଛା ପୂରଣ ହେବ। ବ୍ୟବସାୟ ସମ୍ବନ୍ଧରେ ଦୂରଯାତ୍ର କରିପାରନ୍ତି। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। ପରିବାରେ ଖୁସିର ବାତାବରଣ ରହିବ।

ଧନୁ: ନିଜ ବୁଦ୍ଧି ବଳରେ ଜଟିଳ କାର୍ଯ୍ୟକୁ ସହଜରେ ପ‌ୂରା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଛୋଟ ମୋଟ ଝଗଡାରୁ ଦୂରେଇ ରୁହନ୍ତୁ।

ମକର: ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖାଦେଇ ପାରେ । ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ପ୍ରିୟଜନଙ୍କ ପାଇଁ ଭାବପ୍ରବଣ ହୋଇପାରନ୍ତି। ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ। ଆର୍ଥିକ ଅବନତି ଚିନ୍ତା ବଢ଼ାଇ ପାରେ।

କୁମ୍ଭ: ଦିନଟି ହର୍ଷୋଲ୍ଲାସରେ କଟିବ। ପରିବାର ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟିବ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମୀନ: ଦିନଟି ମଜା ମସ୍ତିରେ କଟିବ। ପରିଶ୍ରମର ଉଚିତ ଫଳ ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନିଜ ଭୁଲକୁ ଲୁଚାଇବାକୁ ଯାଇ ମିଛର ଆଶ୍ରା ନେଇପାରନ୍ତି।

Leave a comment