ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୋରୱେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାକେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମେଡିକାଲ ହଞ୍ଚିବାର ଅନେକ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏ ନେଇ ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ସୂଚନା ଦେଇଛନ୍ତି। ମୃତ୍ୟୁ ଘଟିଥିବା ବୃଦ୍ଧାଙ୍କ ନାଁ ଦୁଃଖୀ ନେଗୀ ହୋଇଥିବା ବେଳେ ତାଙ୍କ ନିଜ ଗାଁ  ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ।

ଖବର ଅନୁଯାୟୀ, ସୁବର୍ଣ୍ଣପୁରର କଇଁଫୁଲ ଗାଁରେ ଏକ ବୋରେୱେଲରେ ଜଣେ ବୃଦ୍ଧା ପଡ଼ି ଯାଇଥିଲେ । ପ୍ରାୟ ୨୦ ଫୁଟରେ ତଳେ ଗାତରେ ପଡ଼ି ଯାଇଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀର ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କରାଯଇଥିଲା। ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲା । ଗାତ ଭିତରକୁ ଅକ୍ସିଜେନ ପଠା ଯାଇଥିଲା । ମହିଳାଙ୍କୁ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଏକ ଗାତ ଖୋଳା ଯାଇଥିଲା । କିନ୍ତୁ ଗାତରେ ପଡ଼ିବାର କିଛି ସମୟରେ ମଧ୍ୟରେ ବୃଦ୍ଧା ଜଣକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏଣୁ ଏନେଇ ଆଶଙ୍କା ପ୍ରକାଶ ପାଇଥିଲା । ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ସେଠାକେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.