ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଣ୍ଡ ନାଚରେ ଲାଗିଲା କଟକଣା, ସର୍ବାଧିକ ୨୫ ଜଣଙ୍କୁ ଅନୁମତି

ଗଞ୍ଜାମ: କରୋନା ମାମଲା ରାଜ୍ଯରେ ପୁଣି ଥରେ ବୃଦ୍ଧି ଘଟିଛି। ଏ ନେଇ ୧୦ଟା ଜିଲାରେ ଆସନ୍ତା ୫ତାରଖରୁ ନାଇଟ କର୍ଫ୍ଯୁ ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ଯ କରୋନାକୁ ହରାଇବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜମା ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଚିଲିଛି। ଏହି ଯାତ୍ରା ଯୋଗୁଁ ଯେପରି କରୋନା ସଂକ୍ରମଣ ବୃଦ୍ଧି ନ ହେଉ ସେଥିପାଇଁ ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଛି। ଏହି ଦଣ୍ଡ ନାଚରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ ବୋଲି ଞ୍ଜାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି।

ସେହିପରି ରାତିରେ ପ୍ରତିବର୍ଷ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି । ତାରାତାରିଣୀ ମନ୍ଦିର ଓ ପାହାଡ଼ ତଳେ ପ୍ରତିବର୍ଷ ଚୁଟି ପକାଯାଉଥିବାରୁ ଏହାକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଦଣ୍ଡନାଚରେ ଶାରିରୀକ ଦୂରତା ରକ୍ଷା ପାଇଁ ନିର୍ଦେଶକରିବା ସହ ଦୋକାନୀ ମାନେ ପଞ୍ଚସୂତୟ ନିର୍ଦେଶାବଳୀ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.