ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା, ଚଳିତ ବିଧାନସଭା ଅଧିବେସନ ପାଇଁ ବିଜେପିର ୩ ବିଧାୟକ ନିଲମ୍ବିତ

ଭୁବନେଶ୍ବର: ବିଧାନସଭାରେ ବଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବିଧାନସଭାର ଚଳିତ ଅଧିବେସନ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେପରି ୩ ବିଧାୟକ। ମୋହନା ମାଝୀ, ଜୟ ନାରୟଣ ମିଶ୍ର ଓ ବିଷ୍ଣୁ ସେଠୀଙ୍କୁ ନିଲମ୍ବିତ କରଛନ୍ତି ବାଚସ୍ପତି ସୂର୍ଯ୍ଯ ନାରୟଣ ପାତ୍ର। ନିଲମ୍ବିତ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳର ମୁଖ୍ଯସଚେତକ ପ୍ରମିଳା ମଲ୍ଲିକ ।

ସୂଚନା ଅନୁଯାୟୀ, ଘଟଣା ସମସ୍ତ ଭିଡିଓ କ୍ଲିପିଂ ମାଗିଥିଲେ ବାଚସ୍ପତି ।  ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରାଯିବା କଥା କହିଥିଲେ ବାଚସ୍ପତି। ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି ।

ଆଜି ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଥିଲା। ବିଧାନସଭାର ଗୃହର ମୁଖ୍ୟ ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିଲେ ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଥିଲେ ବିରୋଧୀ ସଦସ୍ୟ । ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଥିଲେ ବିଜେପି ବିଧାୟକ ।

ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ବିଷ୍ଣୁ । ତେବେ ଏଭଳି ହୋ ହାଲ୍ଲା ଭିତରେ ଗୃହକୁ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ।

Leave A Reply

Your email address will not be published.