ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ତର୍ଜାତୀୟସ୍ତରରେ CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ CRUTକୁ ପୁରସ୍କାର । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଛି । ଲିଙ୍ଗଗତ ସମାନତା ପାଇଁ ଉଦାହରଣ ସୃଷ୍ଟି କରିଛି CRUT । ମହିଳା ଓ ତୃତୀୟ ଲିଙ୍ଗିଙ୍କୁ ନିୟୋଜିତ କରିଛି CRUT । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା କ୍ଷେତ୍ରରେ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ହେଉଛି ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ।

ଏହା ଦେଶମାନଙ୍କ ମଧ୍ୟରେ କୁଶଳ କାର୍ଯ୍ୟଧାରା ଗ୍ରହଣ କରିଥାଏ । ଯାହାକି ଜନସାଧାରଣଙ୍କ ସେବାରେ ସମର୍ପିତ ହୋଇ ପ୍ରସିଦ୍ଧି ଲାଭ କରିଥାଏ । ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବକୁ ଗୁରୁତ୍ୱ ଦେବା ଓ ସୁପରିଚାଳନା ଦିଗରେ କ୍ରୁଟ୍ ଦୀର୍ଘ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରିଆସୁଛି । ଏହି କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରି କ୍ରମାଗତ ଭାବେ ଭୁବନେଶ୍ୱର ଅନ୍ତର୍ଗତ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରି କ୍ରୁଟ୍ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।

Leave A Reply

Your email address will not be published.