ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଙ୍ଗିଲା ୧୫ ବର୍ଷର ରେକର୍ଡ : ଅଶୋଧିତ ତୈଳ @୧୩୯ ଡଲାର

ଲଣ୍ଡନ୍‌ : ଦିନକୁ ଦିନ ଉଗ୍ର ରୂପ ନେଉଛି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର। ଏହାର ପ୍ରଭାବ ସାରା ବିଶ୍ବର ଅର୍ଥନୀତିକୁ କବଳିତ କରିବାରେ ଲାଗିଛି। ଯୁଦ୍ଧ ଘନଘଟା ମଧ୍ୟରେ ଆମେରିକା ସହ ୟୁରୋପୀୟ ରାଷ୍ଟ୍ରଗୁଡିକ ରୁଷ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରିବାରେ ଲାଗିପଡିଛନ୍ତି। ଏଭଳି ସମୟରେ ଆସିଥିବା ଆଉ ଏକ ନୂଆ ଖବର ବଜାରରେ ଆତଙ୍କ ଖେଳାଇ ଦେଇଛି। ଆମେରିକା ଏବଂ ୟୁରୋପୀୟ ରାଷ୍ଟଗୁଡିକ ରୁଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲାଗୁ କରିବା ଘୋଷଣା କରିଛନ୍ତି। ଯାହା ଫଳରେ ସାରା ବିଶ୍ବରେ ଅଶୋଧିତ ତୈଳ ଯୋଗାଣ ଜନିତ ସମସ୍ୟା ଦେଖାଦେଇଛି। ଏହାର ପ୍ରଭାବରେ ଆଜି ବଜାରରେ କାବରାର ପ୍ରାରମ୍ଭରୁ କିଛି ସମୟ ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଯାଇଥିଲା। ତେଲ ଦରରେ ଏଭଳି ବୃଦ୍ଧି ବିଗତ ୧୫ ବର୍ଷର ରେକର୍ଡ ଭାଙ୍ଗିଛି। ଶେଷ ଥର ପାଇଁ ୨୦୦୮ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ସମୟରେ ବଜାରରେ ଅଶୋଧିତ ତୈଳ ଦର ଏହି ସ୍ତରରେ ରହିଥିଲା।

ସୋମବାରଠାରୁ ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡିକ ରୁଷିଆରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଇରାନରୁ ଅଶୋଧିତ ତୈଳ ବିଶ୍ବ ବଜାରକୁ ଆସିବା ବିଳମ୍ବ ହେବ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ତୈଳ ଯୋଗାଣ ଚିନ୍ତାରେ ବଜାରରେ କ୍ରୁଡ୍‌ ମୂଲ୍ୟ ବଢ଼ିଯାଇଛି। ଲଣ୍ଡ୍‌ନ୍‌ ସ୍ଥିତ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ୍‌ ପିଛା ୧୩୯.୧୩ ଡଲାରରେ ପହଞ୍ଚିଛି। ଏହାଛଡା ଆମେରିକୀୟ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ମୂଲ୍ୟ ବ୍ୟାରେଲ ପିଛା ୧୩୦.୫୦ ଡଲାରରେ ପହଞ୍ଚିଛି। ଉଭୟ ବେଞ୍ଚମାର୍କ ଦ୍ବୟ ଜୁଲାଇ ୨୦୦୮ଠାରୁ ସର୍ବୋଚ୍ଚ ସ୍ତର ଛୁଇଁଛି। କାରବାର ଶେଷ ବେଳକୁ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ୍‌ ପିଛା ୧୩୯.୧୩ ଡଲାରରେ ୧୨୪.୭୧ ଡଲାର ବନ୍ଦ ହୋଇଥିଲା। ସେହିପରି ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୧୨୨.୩୫ ଡଲାରରେ ପହଞ୍ଚିଛି।

Leave A Reply

Your email address will not be published.