ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାର୍ଚ୍ଚ ୨୫ରୁ ବିଧାନସଭାର ବଜେଟ ଅଧିବେଶନ, ୩୦ରେ ଆସିବ ରାଜ୍ୟ ବଜେଟ୍

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ ।

ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ । ତେବେ ମାର୍ଚ୍ଚ ୨୭ ରବିବାର ପଡୁଥିବାରୁ ଏହି ଦିନ ବିଧାନସଭାର ବଜେଟ ଅଧିବେଶନ ଚାଲିବ ନାହିଁ । ବିଧାନସଭା ବଜେଟ ଅଧିବେଶନକୁ ନେଇ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଚଳିତଥର ଆସିବାକୁ ଥିବା ବଜେଟରେ ସରକାର କେଉଁ ନୂଆ ଘୋଷଣା କରୁଛନ୍ତି ଓ କେଉଁ ବିଭାଗ ଉପରେ ଗୁରୁତ୍ୱ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

୨୦୨୧-୨୨ଆର୍ଥିକ ବର୍ଷରେ ସରକାର ପ୍ରଥମେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ପାସ୍‌ କରିଥିଲେ । ଡିସେମ୍ବର ମାସରେ ୧୯ ହଜାର ୮୩୩ କୋଟି ୧୩ ଲକ୍ଷ ୩୧ ହଜାର ଟଙ୍କାର ଅତିରିକ୍ତ ବଜେଟ୍ ପାରିତ ହୋଇଥିଲା । ଏଥର ବଜେଟ୍ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ସେସବୁ ଯୋଜନା ପାଇଁ ବଜେଟରେ ଅର୍ଥ ବରାଦ କରାଯିବ ।

Leave A Reply

Your email address will not be published.