ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗକୁ ବେଆଇନ ଗୋରୁ ଚାଲାଣ: ୧୧୪ ଗୋରୁ ସମେତ ୫ ପିକଅପ ଭ୍ୟାନ ଜବତ, ୬ ଗିରଫ

ରାସଗୋବିନ୍ଦପୁର: ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୁଲିସ ସୁବାଣ୍ଡିହି ଛକ ନିକଟରେ ୫ଟି ପିକଅପ ଭ୍ୟାନ ଜବତ କରିଛି । ମାନବିକତାକୁ ଦ୍ବାୟୀ ଦେଇ ଗୋଟିଏ ଗୋଟିଏ ପିକଅପ ଭ୍ୟାନରେ ୨୫ରୁ ଅଧିକ ଗାଈଗୋରୁ ଏପରି ପାଖାପାଖି ୧୧୪ରୁ ଅଧିକ ଗାଈଗୋରୁ ଚାଲାଣ ହେଉଥିବା ଜଣାପଡିଛି । ଦୀର୍ଘ ଦିନ ହେବ ସୁବାଣ୍ଡିହି ଦେଇ ଶହଶହ ଗାଈଗୋରୁ ପଡୋଶୀ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ରବିବାର ପୁଲିସ ହାତରେ ଧରାପଡିଛି। ପାଞ୍ଚଟି ପିକ ଅପ ଭ୍ୟାନ ସହିତ ଗୋଟିଏ ମଟରସାଇକେଲ ଜବତ କରାଯାଇଛି । ଡ୍ରାଇଭର ଓ ହେଲପର ମିଶି ୬ ଜଣଙ୍କୁ ପୁଲିସ ଗିରଫ କରି ଥିବା ବେଳେ ୨ଜଣ ଫେରାର ହୋଇଯାଇଛନ୍ତି । ଗିରଫ ୬ଜଣ ହେଉଛନ୍ତି ସେକ୍ ଆଜମେର, ସେକ୍ ଇରଫାନ୍, ସେକ୍ ଟୁନା, ସେକ୍ ମୋନାଲ, ମୁନା ଖାଁ ଓ ଜଲାଉଦ୍ଦିନ। ସମସ୍ତେ ବସ୍ତା ଓ ରୁପସା ଥାନା ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଗାଈଗୋରୁର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକତା ଚିକିତ୍ସା ପରେ ବାଲେଶ୍ବର ଗୋ ଶାଳା କୁ ପଠାଯାଇଛି ବୋଲି ରାସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି ।

Leave A Reply

Your email address will not be published.