ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୧ରେ ରିଲିଜ ହୋଇଥିବା ୫ ଲୋମ ଟାଙ୍କୁରା ହରର୍ ମୁଭି

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ପୂରୁଣା ବର୍ଷ ୨୦୨୧ ବିଦାୟ ନେବ । ୨୦୨୨ ନୂଆ ବର୍ଷ ଆସିବ । ୨୦୨୧ରେ ଅନେକ ଚଳଚ୍ଚିତ୍ର କରୋନା ମହାମାରୀ ପାଇଁ  OTT ପ୍ଲାଟଫର୍ମରେ ରିଲିଜ ହୋଇଥିଲା।  ଏମିତି କିଛି ଚଳଚ୍ଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହୋଇଥିଲା ଯାହାକୁ ଆପଣ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ସେହି ଚଳଚ୍ଚିତ୍ର ଗୁଡିକ ହେଉଛି…

ହୋଷ୍ଟ: ଆମାଜନ୍ ପ୍ରାଇମ୍ 
କରୋନା ମହାମାରୀ ହେତୁ ଲକଡାଉନ୍ ସମୟରେ ଅନେକ ଲୋକଘରୁ କାମ କରୁଥିଲେ। ଏହି ସମୟ ମଧ୍ୟରେ ଭିଡିଓ କନଫରେନ୍ସିଂ ଆପଗୁଡ଼ିକ ବହୁତ ଲୋକପ୍ରିୟ ହୋଇଥିଲା । ଏହା ଉପ୍ ଉପରେ ଆଧାରିତ ହରର ଚଳଚ୍ଚିତ୍ର ‘ହୋଷ୍ଟ’। ଏହି ଚଳଚ୍ଚିତ୍ରର କାହାଣୀ ଲକଡାଉନ୍ ସମୟରୁ ହିଁ ଆରମ୍ଭ ହୋଇଛି। ଚଳଚ୍ଚିତ୍ରରେ ଭିଡିଓ କନଫରେନ୍ସିଂ ବେଳେ କିଛି ଲୋକ ନିଜ ଘରେ ଅଜବ କାର୍ଯ୍ୟ କରୁଥିବା ନଜର ଆସିଛନ୍ତି ।

Train to Busan ( ଟ୍ରେନ -ଟୁ- ବୁସାନ ) ଆମାଜନ୍ ପ୍ରାଇମ୍

ଜୋମ୍ବିର ସର୍ବାନାସ ଉପରେ ଏହି ଦକ୍ଷିଣ କୋରିଆ ଚଳଚ୍ଚିତ୍ରଟି । ଏହି ମୁଭିଟିକୁ ଜମାବି ହାତଛଡା କରିବା ଉଚିତ୍ ନୁହେଁ । ଏହି ଚଳଚ୍ଚିତ୍ରଟି ୨୦୧୬ ‘କାନ୍ସ ଫିଲ୍ମ ଫେଷ୍ଟିଭାଲରେ’ ପ୍ରଦର୍ଶିତ ହୋଇଥିଲା। ଏଥିରେ ବାପା ଏବଂ ପୁଅ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କକୁ ଚିତ୍ରଣ କରାଯାଇଛି। ପୁଅକୁ ବଞ୍ଚାଇବା ପାଇଁ ଜଣେ ପିତା କିପରି ସବୁ ସୀମା ଅତିକ୍ରମ କରୁଛି ସେ ସମ୍ପର୍କରେ କୁହାଯାଇଛି।

ଦ ଅନହୋଲି: ନେଟଫ୍ଲିକ୍ସ 
ଏହି ଚଳଚ୍ଚିତ୍ରରେ ଜଣେ ସାମ୍ବାଦିକଙ୍କ କାହାଣୀ କୁହାଯାଇଛି। ସେ ତାଙ୍କର ହଜିଯାଇଥିବା ପ୍ରତିଛବିକୁ ଫେରାଇବା ପାଇଁ  ଏକ ସମ୍ବେଦନଶୀଳ କାହାଣୀ ଖୋଜୁଛନ୍ତି । ଶୁଣିପାରୁ ନ ଥିବା ଜଣେ ଝିଅ ଏଲିସ୍ , କୁମାରୀ ମେରୀକୁ ଦେଖିବା କ୍ଷଣି  ଶୁଣିବା, କହିବା ଏବଂ ଏପରିକି ଆରୋଗ୍ୟ କରିବା ଆରମ୍ଭ କରନ୍ତି। କିନ୍ତୁ, ଯେତେବେଳେ ଜଣେ ସାମ୍ବାଦିକ ଏହି ଘଟଣାର ଅନୁସନ୍ଧାନ କରନ୍ତି, ସେତେବେଳେ ସେ ଏହା ଏକ ଷଡଯନ୍ତ୍ର ବୋଲି ଜାଣି ପାରିଥିଲେ। ପୁରା ଘଟଣା ସମୟରେ ଅନେକ ହତ୍ୟାକାଣ୍ଡ ଘଟୁଛି, କିଛି ଚମତ୍କାର ମଧ୍ୟ ଘଟୁଛି। ମୋଟ ଉପରେ ଏହି ଚଳଚ୍ଚିତ୍ରଟି ଏକ ସମ୍ପୂର୍ଣ୍ଣ  ଦମଦାର ପ୍ୟାକେଜ୍  ବୋଲି କହିପାରିବା ।

ସ୍ପ୍ଲିଟ୍ – ନେଟଫ୍ଲିକ୍ସ
ସ୍ପ୍ଲିଟ୍ ହେଉଛି ଏମ ନାଇଟ୍ ସୟାମଲନଙ୍କ ନିର୍ଦ୍ଦେଶିତ ଏକ ମନସ୍ତାତ୍ତ୍ୱିକ ଭୟଙ୍କର ଚଳଚ୍ଚିତ୍ର । ଏଥିରେ ମୁଖ୍ୟ ଭୂମିକାରେ ଏକ୍ସ-ମେନ ପ୍ରସିଦ୍ଧ ଜେମ୍ସ  ଏବଂ ଆନ୍ନା ଟେଲର-ଜାୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ହେଉଛି ଜଣେ ବ୍ୟକ୍ତିଙ୍କ କାହାଣୀ ଯିଏ ମାନସିକ ବିକୃତିର ଶିକାର ହୋଇଛନ୍ତି। ସେ ତିନି ଝିଅଙ୍କୁ ଅପହରଣ କରିନେଇଥିଲେ, ଯାହା ପରେ ଅନେକ ଭୟାନକ ଘଟଣା ଘଟିଥିଲା । ଏହା ଏକ ସର୍ବୋତ୍ତମ ଭୟଙ୍କର ବା ହରଅର ଚଳଚ୍ଚିତ୍ର କହିପାରିବା। ଏହି ଚଳଚ୍ଚିତ୍ରୁକୁ ଆପଣ  OTT ପ୍ଲାଟଫର୍ମରେ ଦେଖିପାରିବେ।

ଲାଇଟ୍ ଆଉଟ୍ – ଆମାଜନ୍ ପ୍ରାଇମ୍ ଭିଡିଓ 
ଚଳଚ୍ଚିତ୍ରଟି ଏକ ଭୂତ ବିଷୟରେ, ଯିଏ ଅନ୍ଧାର ହେବା ମାତ୍ରେ ଅଧିକ ଶକ୍ତିଶାଳୀ ହୁଏ। ଏହି ଚଳଚ୍ଚିତ୍ରରେ ରେବିକା ଏବଂ ତାଙ୍କ ପ୍ରେମିକା ରେବିକାଙ୍କ ମା ଏବଂ ତାଙ୍କ କଳ୍ପିତ ବନ୍ଧୁ ଡାଏନାଙ୍କ ସମ୍ପର୍କର ଅନୁସନ୍ଧାନ କରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ତାଙ୍କ ସାବତ ପିତାଙ୍କୁ  ହତ୍ୟା କରାଯାଇଛି।  ଏହି ଚଳଚ୍ଚିତ୍ରର ଚିତ୍ରଣ ଏତେ ପ୍ରଭାବଶାଳୀ ଯେ ଆପଣ ପ୍ରତ୍ୟେକ ଦୃଶ୍ୟରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

Leave A Reply

Your email address will not be published.